pakka

ପବିତ୍ର ନବମୀ ପୂଜା ଅବସରରେ କନ୍ୟା ପୂଜନ ପରମ୍ପରା ପାଳନ

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରାତ୍ର ଚାଲିଥିବା ବେଳେ ଆଜି ହେଉଛି ମାଆଙ୍କ ପବିତ୍ର ନବମୀ ପୂଜା ଏହି ଅବସରରେ କୋଷାଗୁମୁଡା ବ୍ଲକର ଦୁରାଗାଁ ଗ୍ରାମର କୈଳାସ ମାଝୀ କନ୍ୟା ପୂଜନ ପରମ୍ପରାକୁ ପାଳନ କରିଛନ୍ତି । ୯ ଜଣ କୁନି କୁନି ଝିଅଙ୍କ ପାଦ ଧୋଇ, ପୂଜା କରି, ନୂତନ ବସ୍ତ୍ର ଦେବା ସହ ଭୋଜନ କରାଇଛନ୍ତି । ଏଥିରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ୱତନ୍ତ୍ର ରୀତିନୀତି ଅନୁସାରେ କରୋନା କଟକଣା ଭିତରେ ମହାମାୟୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ନବରାତ୍ରୀର ନବମ ଦିନରେ ପୂଜା ପାଆନ୍ତି ମା’ ସିଦ୍ଧିଦାତ୍ରୀ ଏହି ଦିନ ଶାସ୍ତ୍ରୀୟ ବିଧିବିଧାନ ଏବଂ ପୂର୍ଣ୍ଣ ନିଷ୍ଠାର ସହ ସାଧନା କରିବା ଦ୍ୱାରା ନାନାଦି ପ୍ରକାର ସିଦ୍ଧି ପ୍ରାପ୍ତି ହୁଏ ।

Leave A Reply

Your email address will not be published.

four × 1 =