ଭୁବନେଶ୍ୱର, (ସୁଶାନ୍ତ ସାହୁ) : କଟକ ଓ ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ଆଜିଠୁ ଲାଗିବ ପାର୍ବଣ କର୍ଫ୍ୟୁ । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଆଜିଠୁ ରାତି ୮ଟାରୁ ଲାଗିବ ରାତ୍ରିକାଳୀନ କର୍ଫ୍ୟୁ । ତେବେ ଏହା ସକାଳ ୫ଟା ଯାଏ ବଳବତ୍ତର ରହିବ । ଆସନ୍ତା ୨୦ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ନାଇଟ୍ କର୍ଫ୍ୟୁ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଟୁଇନ୍ ସିଟିର ଜନସାଧାରଣଙ୍କୁ ଅପିଲ କରିଛି କମିଶନରେଟ ପୋଲିସ । ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ରହିବ ଶହେ ପୋଲିସ ଅଫିସର । ମୁତୟନ ହେବେ ୩୨ ପ୍ଲାଟୁନ୍ ଫୋର୍ସ । ମଦୁଆ, ଅସାମାଜିକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରହିବ । ମଦୁଆଙ୍କୁ ଧରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିଛି କମିଶନରେଟ ପୋଲିସ ।