oom

୧୮୯ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସାମାଜିକ ତତ୍ୱ ଉପରେ ଅଙ୍କୁଶ ଲଗାଇବା ପାଇଁ ଆପ୍ରଣ ଉଦ୍ୟମ ପରେ ବି ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ବଲାଙ୍ଗିର (ଓଡିଶା) ସମସ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର କଲ୍ୟାଣକାରୀ ଗତିବିଧି ମଧ୍ୟ ଜାରି ରଖିଛନ୍ତି । ସିଭିଲ ଏକ୍ସନ ପ୍ରୋଗ୍ରାମ୍‌ ଭାବେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କ ସହ ସମ୍ବନ୍ଧ ଆହୁରୀ ସୁଦୃଢ କରିପାରିଛନ୍ତି । ଏହି ସବୁ କାର୍ଯ୍ୟକ୍ରମ ଯୋଗୁଁ ଜନତା ଏବଂ ଜବାନଙ୍କ ମଧ୍ୟରେ ଦୂରତା କମିଛି । ତେବେ ସାମାଜିକ କାର୍ଯ୍ୟକ୍ରମ ଭାବେ ଆଉ ଏକ ପଦକ୍ଷେପ ନେଇଛି ୧୮୯ ବାଟାଲିୟନ ସିଆରପିଏଫ୍‌ ବଲାଙ୍ଗିର । ଖପ୍ରାଖୋଲର କମ୍ୟୁନିଟି ହେଲ୍‌ଥ୍‌ ସେଣ୍ଟରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମାଣ୍ଡେଣ୍ଟ ପବନ କୁମାର ତିୱାରି, ସହାୟକ କମାଣ୍ଡେଣ୍ଟ ଲଖବିନ୍ଧର ସିଂହ, ସହାୟକ କମାଣ୍ଡେଣ୍ଟ ଓମ ପ୍ରକାଶ ୟାଦବଙ୍କ ସକ୍ରିୟ ଯୋଗଦାନ ରହିଥିବା ବେଳେ ଏଥିରେ ନିରୀକ୍ଷକ ପି.ଲିମସ୍‌ଙ୍ଗ, ନିରୀକ୍ଷକ ଶଙ୍କର ସିଂହ ଏବଂ ବି.ଡି ସମବାୟର ସମସ୍ତ ଜବାନମାନଙ୍କ ଦ୍ୱାରା କମ୍ୟୁନିଟି ହେଲ୍‌ଥ୍‌ ସେଣ୍ଟର ଖପ୍ରାଖୋଲ ହସପିଟାଲ ପରିସର ତଥା ଆଖପାଖ ଇଲାକାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଡା. ସୁରଜ ଦୀପ(ଏମ୍‌ଓ) ଏବଂ ହସପିଟାଲର ଅନ୍ୟ ଚିକିତ୍ସାକର୍ମୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.