pakka

ଲଳିତ କଳା ଏକାଡେମୀ ତରଫରୁ କୋରପୁଟରେ ଝୋଟି ପ୍ରତିଯୋଗିତା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏକଦା ଓଡିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣୀରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବା ବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ ଓଡିଶା ଲଳିତ କଳା ଏକାଡେମୀ ତରଫରୁ ଉପାନ୍ତ କୋରାପୁଟ ଜିଲ୍ଲାରେ ପ୍ରୟାସ ଆରମ୍ଭ କରାଯାଇ ମହିଳାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି କ୍ରମରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ପଦ୍ମପୁର ଗ୍ରାମରେ ଏକ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମର ୧୦୮ ଜଣ ମହିଳା ନିଜ ନିଜ ଗୃହ ସମ୍ମୁଖରେ ସଦୃଶ ଝୋଟି ଆଙ୍କିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏକ ବିଚାରକ ମଣ୍ଡଳୀ ଦ୍ୱାରା ଏସବୁ ଝୋଟିର ମନୋନୟନ କରାଯାଇ ଶ୍ରେଷ୍ଠ ବିବେଚିତ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥଲା । ଏଥିରେ ପ୍ରଥମ ମନସ୍ୱିନୀ ବିଶ୍ୱାଳ, ଦିତ୍ୱୀୟ ଶାନ୍ତିଲତା ଖେମୁଣ୍ଡୁ ଓ ତୃତୀୟ ଅନ୍ନପୂର୍ଣ୍ଣା ଖେମୁଣ୍ଡୁ ହୋଇଥିବା ବେଳେ ଆରତୀ ମହାନ୍ତି, ଶିବାନୀ ମହାନ୍ତି ଓ ରୀନା ଉପାପାଡିଆ ଏପରି ତିନିଜଣଙ୍କୁ ସାନ୍ତ୍ୱନା ମୂଳକ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବା ବେଳେ ଜନ ସାଧାରଣ ଦ୍ୱାରା ବେଶ ଆଦୃତ ହୋଇଥିବା ଦେଖାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଓଡିଶା ଲଳିତ କଳା ଏକଡେମୀର ପଦ୍ମଶ୍ରୀ ସୁର୍ଦଶନ ପଟ୍ଟନାୟକ, କାର୍ଯ୍ୟନିର୍ବହୀ ଅଧିକାରୀ ବେଦ ଭୂଷଣ, ଜିଲ୍ଲା ସଂସ୍କୃତି ଅଧଇକାରୀ ମାଧମ ପାଙ୍ଗୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକ ଏକାଡେମୀ ସଚିବ ପଞ୍ଚାନନ ସାମଲ ଏବଂ ପଦ୍ମପୁର ସରପଞ୍ଚ ଲକ୍ଷ୍ମୀ ହଞ୍ଜାରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × two =