pakka

ପ୍ରୟାତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀର ପ୍ରତିଷ୍ଠାତା ସଦସ୍ୟ, ପ୍ରଗତିଶୀଳ ସାହିତ୍ୟିକ ତଥା ବିଶିଷ୍ଟ ବାମପନ୍ଥୀ ଚିନ୍ତକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ ସଭା ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡ. ପ୍ରଭାତ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସଂପାଦକ ଅକ୍ଷୟ ସାମଲଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମୃତିଚାରଣ ସଭାରେ ସର୍ବଶ୍ରୀ ଭୂପେନ ମହାପାତ୍ର, ଜଳଧର ପ୍ରଧାନ, ବିଶ୍ବନାଥ ବଳ, ଗଗନ ବିହାରୀ ଧଳ, ଡା. କୃପାସିନ୍ଧୁ ନାୟକ, ରାଧାମୋହନ ନାୟକ, ଆର୍ତ୍ତତ୍ରାଣ ମହାପାତ୍ର, କିଶୋରୀ ମୋହନ କର, ଅଭିରାମ ପ୍ରଧାନ, ନଗେନ ଦାସ, କୁଞ୍ଜବିହାରୀ ରାଉତ, ବିଚିତ୍ରା ନନ୍ଦ ସାହୁ, କେଦାର ପ୍ରଧାନ, ବଳରାମ ରାଉଳ, ବିଜୟ ରାୟ, ତୁଷାରକାନ୍ତି ମିଶ୍ର, ଅକ୍ଷୟ ସାମଲ ପ୍ରମୁଖ ସ୍ବର୍ଗତ ମିଶ୍ରଙ୍କ ଜୀବନୀ ଓ ସାରସ୍ବତ ସାଧନା ସଂପର୍କରେ ଆଲୋଚନା କରି ସ୍ମୃତିଚାରଣ କରିଥିଲେ । ତାଙ୍କ ବାମପନ୍ଥୀ ଚିନ୍ତନ, ପ୍ରଗତିଶୀଳ ସାହିତ୍ୟ, ନବପତ୍ରର ସଂପାଦନା, ତାଙ୍କର ଆତ୍ମୀୟତା ଓ ତାଙ୍କ ସର୍ଜନ ସଂପର୍କରେ ଆଲୋଚନା କରାଯାଇଥିଲା । ତାଙ୍କୁ ପ୍ରଗତିଶୀଳ ସାହିତ୍ୟର ଅନ୍ୟତମ ସାରଥି ରୂପେ ଅଭିହିତ କରିଥିଲେ ସ୍ମୃତିଚାରଣକାରୀମାନେ । ଏହି ଅବସରରେ ତାଙ୍କର ସର୍ଜନାକୁ ଏକତ୍ର କରି ଏକ ପୁସ୍ତକ ପ୍ରକାଶିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ସଂଜୀବ କୁମାର ନାୟକ, ଅଶୋକ କୁମାର ବଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସ୍ବରୁପ ମହାପାତ୍ର, ଦିଲ୍ଲୀପ କୁମାର ଲେଙ୍କା, ପ୍ରଫୁଲ୍ଲ ସାମଲ, ଅଶୋକ କୁମାର ପଟ୍ଟନାୟକ, ବିନୋଦ କୌଶଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏକାଡେମୀର ଉପସଭାପତି ପଶୁପତିନାଥ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two × two =