ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀ : ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ରାଜ୍ୟ ସମନ୍ୱୟ ସମିତି ଉଭୟ ପକ୍ଷରୁ ୯ରେ ଖପ୍ରାଖୋଲ ଥାନା ଘେରାଉ ଚେତାବନୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ବେନକେରା ଗ୍ରାମ ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହା ଉପରେ ଗ୍ରାମର କେତେକ ଜଣ ଅଭିଯୁକ୍ତ ଆକ୍ରୋଶମୂଳକ ମନୋଭାବ ନେଇ ଗାଁ ଦାଣ୍ଡରେ ବାଡ଼ି ଠେଙ୍ଗାରେ ଆକ୍ରମଣ କରି ରାଜୀବ ରଞ୍ଜନଙ୍କୁ ଅଭିଯୁକ୍ତ ମାନେ ନିଜେ ଚେତାଶୂନ୍ୟ ଅବସ୍ଥାରେ ଖପ୍ରାଖୋଲ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପାଟଣାଗଡ଼ ପରେ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ହେଲେ ଘଟଣା ୫ ଦିନ ବିତିଯାଇଥିଲେ ମଧ୍ୟ ଖପ୍ରାଖୋଲ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ ନକରି ସୁରକ୍ଷା ଦେଉଛି ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ କୋଶଳ ରାଜ୍ୟ ସମନ୍ୱୟ ସମିତି ଉଭୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନ ଗଲେ ଆସନ୍ତା ୯ରେ ଉଭୟ ସଂଘ ପକ୍ଷରୁ ଖପ୍ରାଖୋଲ ଥାନା ଘେରାଉ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଯୁଗ୍ମ ସଂପାଦକ ଗିରିରାଜ ଭୋଇ, ଧୁବଲେଶ୍ଵର ଭୋଇ, ନିତ୍ୟାନନ୍ଦ ଶବର ଏବଂ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଅଚ୍ୟୁତ ସିପୁନ ଖମାରୀ, ବନମାଳୀ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି ।