jayashree

ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତରା ଗ୍ରାମର ୪୫ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ଦିନକୁ ଦିନ ବିଜେଡି ଦଳରେ ଯୋଗଦାନ ଯୋଗୁଁ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଗତକାଲି ବେଲପଡା ବ୍ଲକ କପାଣି ପଞ୍ଚାୟତର ତରା ଗ୍ରାମର ୪୫ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ କାର୍ଯ୍ୟାଳୟରେ ବିଜେଡିରେ ଯୋଗଦାନ କରିଛନ୍ତି । ଏହାପରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳରେ ନୂତନ ଭାବେ ଯୋଗଦାନ କରିଥିବା ବିଜେଡି କର୍ମୀମାନଙ୍କୁ ଉତ୍ସାହିତ କରିଥିବା ସହ ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ବିଧାୟକ ଶ୍ରୀ ମେହେର ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.