oom

ରାଜ ବୋଡାସମ୍ବର ହାଇସ୍କୁଲରେ ପ୍ଲାଟିନମ୍ ଜୁବିଲି ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଡିସେମ୍ବର ମାସରେ ହେବାକୁ ଥିବା ପ୍ଲାଟିନମ୍ ଜୁବିଲି ପାଳନ ଉପଲକ୍ଷେ ସ୍ମରଣିକା କମିଟିର ଏକ ସଂପ୍ରସାରିତ ବୈଠକ ଆବାହକ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ମରଣିକାର ପ୍ରଥମ ବିଭାଗରେ ବୋଡ଼ାସମ୍ବରର ଇତିହାସ, ଶିକ୍ଷା, ସ୍ବାସ୍ଥ୍ୟ, କଳା, ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ପର୍ଯ୍ୟଟନ ଆଦି ବିଭିନ୍ନ ବିଷୟରେ ଗବେଷଣାଧର୍ମୀ ପ୍ରବନ୍ଧ ରହିବ ତଥା ଦ୍ଵିତୀୟ ବିଭାଗରେ ସ୍ମୃତି-ଅନୁଭୂତି ମୂଳକ ଲେଖା ରହିବ ବୋଲି ସ୍ଥିର ହେଲା । ପୁରାତନ ଛାତ୍ର, ଶିକ୍ଷକମାନଙ୍କୁ ନିଜ ନିଜ ରୁଚି ଅନୁସାରେ ଲେଖା ପ୍ରସ୍ତୁତ କରି ସ୍ମରଣିକା କମିଟିର ଆବାହକ ଡ. ମାନଭଞ୍ଜନ ପ୍ରଧାନଙ୍କ ମୋବାଇଲ ନମ୍ବର ୮୮୯୫୯୧୬୬୭୪ ନିକଟକୁ ଅକ୍ଟୋବର ଶେଷ ସୁଦ୍ଧା ପଠାଇବାକୁ ଅନୁରୋଧ କରାଗଲା । ମନୋରଂଜନ ସିଂ ବରିହା, କେଶ ରଞ୍ଜନ ପ୍ରଧାନ, ଡ. ପ୍ରମୋଦ କୁମାର ପାଢ଼ୀ, ଡ. ଭକ୍ତପୁରନ ସାହୁ, ଅଶୋକ କୁମାର ବହିଦାର, ମନୋଜ କୁମାର ପଣ୍ଡା, ଜିତେନ୍ଦ୍ରନାଥ ଗୁରୁ, ହଳଧର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ମରଣିକାକୁ ଭବ୍ୟ, ଆକର୍ଷଣୀୟ ଓ ତଥ୍ୟାତ୍ମକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥଲେ ।

jittmm
Leave A Reply

Your email address will not be published.