oom

ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେଏକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏସ୍‌ଆର୍‌ଏଫ୍‌ପିଏ ଫୁଟବଲ ଆସୋସିଏସନ ତେନ୍ତୁଳିଖୁଣ୍ଟି ତରଫରୁ ଉକ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଟି ଆଜି ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ଚାଲିିବ । ୧୬ଟି ଦଳକୁ ନେଇ ଚାଲିଥିବା ଟୁର୍ଣ୍ଣାମେଣ୍ଟଟି ଆଜି ଦିନ ୧୨ଘଣ୍ଟା ୩୦ମିନିଟ ସମୟରେ ନଅଗାଁ(ଖ)ସରପଂଚ ମୁନୁ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ଆରମ୍ଭ କରି ସମସ୍ତ ଖେଳାଳୀଙ୍କୁ ବନ୍ଧୁତ୍ୱ ଭାବ ରଖି ତଥା ଶାନ୍ତି ଶୃଖଳା ସହ ଖେଳିବାକୁ ପରାମର୍ଶ ଦେଇଥିଲେ । ଉଦ୍‌ଘାଟନି ମ୍ୟାଚଟି ଏସ୍‌ୱାଇଏସ୍‌ ସୁଜିଆ ଓ ଏସ୍‌ଆର୍‌ଏଫ୍‌ପିଏ ତେନ୍ତୁଳିଖୁଣ୍ଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୭/୧୦/୨୧ଗୁରୁବାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.