pakka

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଅଚାନକ ପରିଦର୍ଶନ

bbehera
  • ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ -୨ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତି ଅବୋଲୀ ସୁନୀଲ ନରୱଣେ ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଏହି ଗସ୍ତ ସମୟରେ ଉପଖଣ୍ଡ ସ୍ୱାସ୍ଥ୍ୟ ଚିକିତ୍ସାଳୟ, ବୀରମହାରାଜପୁର, ମୁରଷୁଣ୍ଡି ପ୍ରାଥମିକ ଚିକିତ୍ସାଳୟ, ପରିଦର୍ଶନ କରିଥିଲେ ଓ ପରେ ପରେ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଅଚାନକ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବହଳପଦର ଓ ମସିଣାପାଲି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଯଥାକ୍ରମେ ତାରାମଣି ନାଏକ ଓ ମୀନତି ରଣା କେନ୍ଦ୍ରରେ ଅନୁପସ୍ଥିତ ଥିଲେ । ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ଅନୁପସ୍ଥିତ ହେତୁ ଉଭୟଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ କାରଣ ଦର୍ଶାଅ ବୋଲି ନୋଟିସ ଜାରି କରାଯାଇଛି । ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୌଣସି ପ୍ରକାର ଅନିୟମିତତା ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ, ପୁନଶ୍ଚ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସ୍ୱତନ୍ତ୍ର ଦିନଗୁଡ଼ିକରେ ଅଥବା ଶିଶୁଙ୍କୁ ଟୀକା ପ୍ରଦାନ ଦିନଗୁଡିକରେ କୌଣସି ଚିକିତ୍ସା କେନ୍ଦ୍ର/ଉପକେନ୍ଦ୍ର ଗୁଡିକରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀ ଯେପରି ଅନୁପସ୍ଥିତ ନ ରୁହନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲପାଳ ଶ୍ରୀମତୀ ନରୱଣେ । ଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧକାରୀ ଡ଼. ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 + twenty =

error: Content is protected !!