pakka

ପୱନ ଅଗ୍ରୱାଲା ହେଲେ ଓଡିଶା ପ୍ରାନ୍ତୀୟ କମିଟିର ମିଡିଆ ପ୍ରଭାରୀ

kalikesh

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତ ଅଗ୍ରୱାଲ ମହାସଭାର ଓଡିଶା ପ୍ରାନ୍ତୀୟ କମିଟି ଅଧ୍ୟକ୍ଷ ଶ୍ରବଣ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓଡିଶା ପ୍ରାନ୍ତୀୟ କମିଟି ଅଗ୍ରୱାଲା ସମାଜର ଭର୍ଚ୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଅଗ୍ରୱାଲା ମହାସଭାର ଅଧ୍ୟକ୍ଷ ସତିଶ ଅଗ୍ରୱାଲା, ମହାସଭାର ରାଷ୍ଟ୍ରୀୟ ମହାମନ୍ତ୍ରୀ ଲେଖରାଜ ଅଗ୍ରୱାଲା, ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ରାକେଶ ବଂସଲ ତଥା ଓଡିଶା ରାଜ୍ୟର ବିଭିନ୍ନ ପ୍ରାନ୍ତର ଅଗ୍ରୱାଲା ସମାଜର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ପୱନ କୁମାର ଅଗ୍ରୱାଲାଙ୍କୁ ଓଡିଶା ପ୍ରାନ୍ତୀୟ କମିଟି ପ୍ରଭାରୀ ଭାବରେ ମନୋନୀତ କରାଯାଇଥିଲା । ନବ ନିଯୁକ୍ତ ମିଡିଆ ପ୍ରଭାରୀ ପୱନ ଅଗ୍ରୱାଲାଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସାମ୍ବାଦିକ ବନ୍ଧୁ, ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

pp
Leave A Reply

Your email address will not be published.

nine − 6 =