
ବଲାଙ୍ଗିର, (କେପିଏନ୍ଏସ୍) : ହରିଆଣାର ତିନି ଜଣ ଏଟିଏମ୍ ଲୁଟେରାଙ୍କୁ ବଲାଙ୍ଗିର ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ଏଟିଏମ୍ ସ୍କିମର ଓ କ୍ଲୋନିଂ ମେଶିନ ସହ ୩୭ ହଜାର ଟଙ୍କା, ୧୪ଟି ଏଟିଏମ୍ କାର୍ଡ ଜବତ କରିଛି । ସୂଚନା ଯୋଗ୍ୟ ଯେ, ଗତ ସୋମବାର ବଲାଙ୍ଗିର ଡେଲି ମାର୍କେଟ ନିକଟସ୍ଥ ଏଚ୍ଡିଏଫସି ଏଟିଏମରୁ ଜଣେ ଯୁବକଙ୍କଠାରୁ ଟଙ୍କା ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ତେବେ ଅଧିକ ତଦନ୍ତ କରିବା ପରେ ପୋଲିସ ଅନ୍ୟ ଦୁଇଜଣ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣେ ଲୁଟେରା ଫେରାର୍ ହୋଇଯାଇଥିବା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।