centurian jitm

ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ

nschool

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ବ୍ଲକ ଅଲାତରା ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯୁବ ସ୍ୱେଛାସେବୀ ଅମର ସିଂ ଭୋଇ ଓ ବିକାଶ ସୁନାଙ୍କ ତତ୍ୱାବଧାନରେ ଅଲାତରା ବିବେକାନନ୍ଦ କ୍ଲବ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବ ସଭାପତି ଯତୀନ୍ଦ୍ର ସାହୁ, ସମ୍ପାଦକ ସୁଶାନ୍ତ ବିଶି, ସଭ୍ୟ ତୁଳ ଚନ୍ଦ୍ର ପଧାନ, ସାନନ୍ଦ ପୁଟେଲ, ୱାର୍ଡ ସଭ୍ୟ ଜଗଦୀଶ ବଗର୍ତ୍ତି, ବରିଷ୍ଠ ସଭ୍ୟ ରୁଦ୍ର ପ୍ରସାଦ ସାହୁ, ଲକ୍ଷଣ ଠାକୁର, ସ୍ଵଚ୍ଛ ଭାରତ ମିଶନ ତାଲିମ ଦାତା, ପ୍ରଦିପ କୁମାର ସାହୁ, ସୂର୍ଯ୍ୟମଣି ନାଗ ଓ ଲିଙ୍ଗରାଜ ନାଗ ଉପସ୍ଥିତ ରହି ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ସଚେତନର ବାର୍ତ୍ତା ଦେବା ସହ ଗାଁରେ ପଡିଥିବା ପ୍ଲାଷ୍ଟିକ ବୋତଲ, ଜରି ଓ ମାଟିରେ ମିଶୁ ନ ଥିବା ଆବର୍ଜନା ସଂଗ୍ରହ କରି ଗାଁ ପରିମଳର ବାର୍ତା ଦେଇଥିଲେ ।

Leave A Reply

Your email address will not be published.