oom

ସଇଁନ୍ତଲା ଡାକ୍ତରଖାନାରେ ଫେଲ୍‌ ମାରିଲା ଜନନୀ ସୁରକ୍ଷା ଯୋଜନା : ଆମ୍ବୁଲାନ୍ସ ନଆସିବାରୁ ନିଜେ ଗାଡି ଭଡା କରି ଗଲେ ଡାକ୍ତରଖାନା, ଆସିଲେ ନାହିଁ ଡାକ୍ତର, ଗର୍ଭବତୀ ମହିଳା ଜଣକ ହନ୍ତସନ୍ତ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗରଇଦେବା ସହ ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗର୍ଭବତୀ ମହିଳାଙ୍କୁ ଅବହେଳା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରୁ । ଏଠାରେ ଫେଲ ମାରିଛି ଜନନୀ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା । ଆମ୍ବୁଲାନ୍ସ ବ୍ୟବସ୍ଥା ନ ହେବାରୁ ନିଜେ ଗାଡି ଭଡା କରି ଗର୍ଭବତୀ ମହିଳା ଜଣକ ବଲାଙ୍ଗିର ଡାକ୍ତରଖାନାକୁ ଯାଇଥିବା ଜଣାପଡିଛି । ସୂଚନା ମତେ, କେରମେଲି ଗାଁର ସନ୍ଧ୍ୟା ରାଣୀ ନାଏକଙ୍କୁ ଆଜି ସକାଳୁ ପ୍ରସବଯନ୍ତ୍ରଣା ହୋଇଥିବା ବେଳେ ସ୍ଥାନୀୟ ଡାକ୍ତରଖାନାକୁ ସକାଳୁ ସକାଳୁ ଆଣିଥିଲେ । ପରେ ଡାକ୍ତର ଆସି ଅପେକ୍ଷା କରିବାକୁ ଗର୍ଭବତୀ ମହିଳାଙ୍କୁ କହିଥିଲେ । କିନ୍ତୁ ଦୁଃଖର ବିଷୟ ଯେ, ଦୀର୍ଘ ସମୟ ପର୍ୟ୍ୟନ୍ତ ଡାକ୍ତର ଆସିନଥିବା ବେଳେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ଡାକ୍ତର ସମରେନ୍ଦ୍ର ମହାପାତ୍ର ଆସି କିଛି ସମୟ ବିଳମ୍ବ ହେବ ବୋଲି କହି ଚାଲି ଯାଇଥିଲେ । କିନ୍ତୁ ଆଉ ଆସିନ ଥିଲେ । ପରେ ଏହି ଡାକ୍ତରଖାନାରେ ପ୍ରସବ ହୋଇ ପାରିବ ନାହିଁ ବୋଲି ବଲାଙ୍ଗିର ଡାକ୍ତରଖାନାକୁ ରେଫର କରାଯାଇଥିଲା । କିନ୍ତୁ ଆଗରୁ ଏହି ଡାକ୍ତରଖାନାରେ ଗର୍ଭବତୀ ମହିଳାମାନଙ୍କ ପ୍ରସବ ହେଉଥିବା ବେଳେ ଡାକ୍ତର ସମରେନ୍ଦ୍ର ମହାପାତ୍ରଙ୍କ ଯୋଗଦାନ ପରେ ଏହି ଡାକ୍ତରଖାନାରେ ଗର୍ଭବତୀ ସମେତ ଅନେକ ରୋଗୀ ମାନଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ରେଫର କରାଯାଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମହିଳାଙ୍କ ଯନ୍ତ୍ରଣା ପ୍ରବଳ ମାତ୍ରାରେ ବଢିବାରେ ଲାଗିଥିଲା । ପରେ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା । ହେଲେ ଦୀର୍ଘ ଘଣ୍ଟା ଧରି ଆମ୍ବୁଲାନ୍ସ ଆସିନଥିବା ବେଳେ ନିଜେ ରୋଗୀ ଗାଡି ଭଡା କରି ବଲାଙ୍ଗିର ଡାକ୍ତରଖାନାକୁ ଯାଇଥିଲେ । ତେବେ ଏଠାରେ ଏବେ ପ୍ରଶ୍ନ ଉଠେ ଯେ, ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ଆମ୍ବୁଲାନ୍ସ କେଉଁ କାମକୁ । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.