pakka

କୋଭିଡ ନିରାକରଣ ପାଇଁ ଟୀକାଦାନରେ ଜନ ଅସନ୍ତୋଷ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ ନିରାକରଣ ପାଇଁ ଓଡିଶା ସରକାର ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବୟସର ଜନସାଧାରଣଙ୍କୁ ଟୀକାକରଣ କରୁଛନ୍ତି । ହେଲେ ଟୀକାକରଣ କରୁଥିବା କେତେକ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଛି । ସୂଚନା ଅନୁସାରେ ଆଜି ଭୋର ୬ଟାରୁ ପାଇକମାଲ ବାଳକ ବିଦ୍ୟାଳୟଠାରେ ଲୋକେ ନିଜ ନିଜର ଆଧାର କାର୍ଡ ରଖି ଲାଇନ ଲଗାଇ ଥିଲେ । କର୍ମଚାରୀ ମାନେ ୮ ଟା ୪୫ ସମୟରେ ସ୍କୁଲକୁ ପହଂଚି ଟୀକାଦାନ ଆରମ୍ଭ କରିଥିଲେ । କିଛି ସମୟ ପରେ ଡାଟା ଏଣ୍ଟ୍ରି କରୁଥିବା ବ୍ୟକ୍ତି କୁଆଡେ ଗଲେ ଆଉ ଆସିଲେ ନାହିଁ । କାର୍ଯ୍ୟରତ ନର୍ସ ଜଣକ ନିଜ ଚିଂହା ପରିଚିତ ଲୋକଙ୍କୁ ଆଗ ଟୀକା ଦେବାର ବ୍ୟବସ୍ଥା କରୁଥିବାରୁ ଜନ ଅସନ୍ତୋଷ ଦେଖା ଯାଇଥିଲା । ସୁରୁଖୁରୁରେ ଟୀକାଦାନ କରି ଲାଇନ ଲାଗି ଥିବା ଲୋକଙ୍କୁ ପ୍ରଥମେ ଟୀକାଦାନ କରାଯିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

7 + five =