csstore

ଏକାଦଶାହ ଉପଲକ୍ଷେ ସାମ୍ବାଦିକ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୋଳକଣା ଗ୍ରାମସ୍ଥିତ ସେଭ ଦି ଆର୍ଥ ଫାଉଣ୍ଡେସନ୍‌ ଏବଂ ଡେଲାଙ୍ଗ ଅଗ୍ନିଶମ ସେବାକେନ୍ଦ୍ର ଆନୁକୂଲ୍ୟରେ ଆଜି ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଏକାଦଶାହ ଉପଲକ୍ଷେ ଅଶୃଳ ଶ୍ରଦ୍ଧାଞ୍ଜଳି ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ପରିବେଶବିତ ବିଶ୍ଵଜିତ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ଆଲୋକ ଛାଟୋଇ, ସନ୍ତୋଷ ସାହୁ, ପୂର୍ବତନ ୱାର୍ଡ଼ସଭ୍ୟ ଲକ୍ଷ୍ମୀଧର ପରିଡ଼ା, ବିଦ୍ୟାଧର ପାଢ଼ୀ, ଅପର୍ତ୍ତି ସାହୁ ପ୍ରମୁଖ ଯୋଗଦେଇ ଦିବଂଗତ ସାମ୍ବାଦିକ ଓ ଜବାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ଗୋଟିଏ ହାତୀର ଜୀବନ ଏବଂ ମଣିଷର ଜୀବନର ମୂଲ୍ୟ ସମାନ ହୋଇଥିବା ବେଳେ ହାତୀକୁ ସୁରକ୍ଷା ଦେବାକୁ ଯାଇ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ କୌଣସି ତୃଟି କରିନାହାନ୍ତି ବୋଲି ପରିବେଶବିତ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ ।ଅପରାହ୍ନରେ ଡେଲାଙ୍ଗ ଅଗ୍ନିଶମ ସେବାକେନ୍ଦ୍ର ପରିସରରେ ଅନୁଷ୍ଠାନ ପକ୍ଷରୁ ଦୁଇଟି ପଣସ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅଗ୍ନିଶମ ସେବାକେନ୍ଦ୍ର ଅଧିକାରୀ ଚନ୍ଦ୍ରଶେଖର ଜେନା, ପ୍ରକୃତି ପ୍ରେମୀ ପ୍ରତାପ ଚନ୍ଦ୍ର ଦାସ, ଶିକ୍ଷାବିତ ପ୍ରଦୀପ ସେଠୀ ଓ ଆଗ୍ନିକମାନେ ସହଯୋଗ କରିଥିଲେ । ସେଭ ଦି ଆର୍ଥ ଫାଉଣ୍ଡେସନର ପ୍ରତିଷ୍ଠାତା ବିଶ୍ଵଜିତ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.