pakka

ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁବ ଆମ୍ବେଦକର ସଂଘ ସଭାପତି : ଗାଁର ରାସ୍ତା ତିଆରି ଓ ପ୍ରବାସୀ ଶ୍ରମିକଙ୍କୁ ସହାୟତା କେନ୍ଦ୍ର ପାଇଁ ଦାବୀ

bbehera

କଂଟାବାଞ୍ଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ଯୁବ ଆମ୍ବେଦକର ସଂଘ ସବୁ ସମୟରେ ଜନ ମଂଗଳ କାମ ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି ଆସୁଛି । ବରଗଡ ଜିଲ୍ଲା ସୋହେଲା ସ୍ଥିତ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ଯୁବ ଆମ୍ବେଦକର ସଂଘ ସଭାପତି ରୋହନ କୁମାର ମହତ ସାକ୍ଷାତ କରି ନିଜ ଅଂଚଳର ସମସ୍ୟା ଜଣାଇବା ସହ ଏକ ଦାବୀପତ୍ର ଦେଇଛନ୍ତି । ଦାବୀପତ୍ର ଦେବା ସମୟରେ ମୁରିବାହାଲ ବ୍ଲକ ଛାତ୍ର ସଭାପତି ସୁବ୍ରତ ମହାକୁର, ମନୋଜ ଚଣ୍ଡୀ ଉପସ୍ଥିତ ଥିଲେ । ସେ ଦାବୀରେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ଭାବେ ରାଜ୍ୟରେ ପରିଚିତ । ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସହ ଆଖପାଖ ଅଂଚଳରେ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି । ରାଜ୍ୟ ସରକାର ଦାଦନମାନଙ୍କ ପାଇଁ କଂଟାବାଞ୍ଜିଠାରେ ପ୍ରବାସୀ ଶ୍ରମିକ ସହାୟତ କେନ୍ଦ୍ର ଆରମ୍ଭ କରିଥିଲେ । ହେଲେ ତାହା ବର୍ତମାନ ବନ୍ଦ ହୋଇପଡିଛି । ଯାହା ଫଳରେ ଦାଦାନ ଶ୍ରମିକମାନେ ନିଜ କାମରେ ଜିଲ୍ଲା କାର୍ଯ୍ୟାଳୟ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ତୁରେକେଲା ବ୍ଲକ ଅଂଚଳର ଏମିତି କିଛି ଗାଁ ଅଛି ଯାହା ନୁଆପଡା ଜିଲ୍ଲା ସୀମାରେ ରହିଛି । ଯଦି ସେହି ଗାଁର ଶ୍ରମିକ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ଯିବେ ତେବେ ତାଙ୍କୁ ପ୍ରାୟ ୧୦୦ରୁ ଅଧିକ କି.ମି ପଡିଥାଏ । ଏଭଳି ସ୍ଥିତିରେ ଶ୍ରମିକଙ୍କ ଅବସ୍ଥା କଣ ହେଉଥିବା ତାହା ସହଜରେ ଅନୁମାନ କରାଯାଇ ପାରିବ । ତେଣୁ ଶ୍ରମିକମାନଙ୍କ ସମସ୍ୟା ଦୂର କରିବା ପାଇଁ କଂଟାବାଞ୍ଜିରେ ଶ୍ରମିକ ସହାୟତ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ କରାଯାଇଛି । ଅନ୍ୟ ପକ୍ଷରେ ବେହେରେନସିଲେଟ ଗାଁକୁ ଏକ ଭଲ ରାସ୍ତା ପାଇଁ ଦୀର୍ଘ ବର୍ଷରୁ ଗାଁ ଲୋକ ଦାବୀ କରି ଆସୁଛନ୍ତି । ରାସ୍ତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେବା ସହ ଆନ୍ଦୋଳନ ମଧ୍ୟ କରାଯାଇଛି । ତେବେ ମନ୍ତ୍ରୀ ଏହି ଗାଁ ରାସ୍ତା ତିଆରି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.

three × 5 =