pakka

ପାଇକମାଲ ସହର ବଢେଇପଡା ରାସ୍ତାରେ ଆଣ୍ଠୁଏ ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ମୁଖ୍ୟ ରାସ୍ତା ଠାରୁ ବଢେଇପଡା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ସବୁବେଳେ ପାଣି ଭରି ରହୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଦୁର୍ଗା ମନ୍ଦିର ପଛପଟ ରାସ୍ତାରେ ବର୍ଷା ଦିନେ ସବୁବେଳେ ଆଣ୍ଠୁଏ ପାଣି ଜମା ହୋଇଥିବା ଦେଖିବାକୁ ମିଳୁଥିଲେ ସୁଦ୍ଧା ସରପଞ୍ଚଙ୍କ ନିଘା ନାହିଁ । ଫଳରେ ଲୋକ ମାନଙ୍କର ଯିବା ଆସିବା ପ୍ରତିବନ୍ଧକ ସାଜିଛି । ପାଇକମାଲ ସହରର ସମସ୍ୟା ସବୁବେଳେ ରହିଥିବା ବେଳେ ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏହା ପାଖରେ ଲାଗି ରହୁଥିବା ପଡା ମାନଙ୍କର ଘର ମାନଙ୍କୁ ପାଣି ପଶି ସମସ୍ୟା ସୃଷ୍ଟି କରୁଛି ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ପ୍ରତ୍ୟହ ପାଇକମାଲ ଅଞ୍ଚଳରେ ସମସ୍ୟା ଦେଖାଯାଉଥିବା ବେଳେ ପ୍ରଶାସନର ନିରବତା ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଭାବନା ଯାତ ହେଉଛି । ଏଣୁ ପ୍ରଶାସନ ଏହାର ଯଥାରୀତି ସମାଧାନ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

eighteen − 14 =