csstore

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ତୃତୀୟ ଦିନରେ ଗଣଧାରଣା, ଦାବୀ ପୂରଣ ନ ହେବା ଯାଏଁ ସଂଗ୍ରାମ ଜାରୀ ରହିବ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ତୃତୀୟ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ଦାବୀ ପୂରଣ ନହେବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ମଂଚ ତରଫରୁ ଚେତାବନୀ ଦିଆଯାଇଛି । ଆଜି ତୃତୀୟ ଦିନରେ ମ.ରାମପୁର ବ୍ଲକ ସାଲେପାଲି ପଂଚାୟତବାସୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ସଂଗ୍ରାମ ମଂଚ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଆନ୍ଦୋଳନର ମୁଖ୍ୟ ପୁରୋଧା ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଆଜି ଭିକ ମାଝୀ, ମୁରଲୀ ସାହୁ, କେଲାର ମାଝୀ, ମୁରଲୀ ମାଝୀ, ପ୍ରେମ ମାଝୀ, ରାଜୁ ମାଝୀ, କୁମର ମାଝୀ, ଲୋଚନ ଧରୁଆ, ଚମରା ବଗର୍ତ୍ତୀ, ଅଭିମନ୍ୟୁ ସାହୁ, ବିପ୍ର ମାଝୀ, ବାବୁଲାଲ ସାହୁ, ମାନସ ପ୍ରହରାଜ, ହଳଧର ରଣା, ଶ୍ରୀକୃଷ୍ଣ ଡ଼ୁଙ୍ଗୁରି, ବିରଂଚି ମା୍‌ଝୀ, ନକୁଳ ସୁନା, ରାମଚନ୍ଦ୍ର ସୁନା, ସେନାପତି ମାଝୀ, ହିମାଦ୍ରୀ ସ୍ୱାଇଁ ପ୍ରମୁଖ ଆନ୍ଦୋଳନରେ ସାମିଲ ହେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ନ ମିଳିବା ଯାଏଁ ପଂଚାୟତ କ୍ରମାନ୍ୱୟରେ ଆନ୍ଦୋଳନରେ ସାମିଲ ହେବେ ।

jayashree
Leave A Reply

Your email address will not be published.