pakka

ଗଞ୍ଜାମ ଜିଲ୍ଲାର ୬୬ ଜଣ ଆଦିବାସୀ ଶିକ୍ଷା ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ

bbehera
  • ଗଞ୍ଜାମ ଜିଲ୍ଲାର ଆଦିବାସୀ ଅଧୂଷିତ ଦୁର୍ଗମ ଅଞ୍ଚଳରେ ‘କୁଇ’ ଭାଷାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ପୂରଣ କେତେ ଦୂର ସାର୍ଥକ ?

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର ଶିକ୍ଷା ସହାୟକମାନଙ୍କ ପ୍ରତି ଛଟେଇ ଓ ଅଣଦେଖା ସହ ଚରମ ଅବହେଳା ଅଭିଯୋଗ ହୋଇଛି । ବହୁବାର ବହୁ ଶିକ୍ଷକ ସଂଗଠନମାନେ ଉଦବେଗ ପ୍ରକାଶ କରି କହି ଆସିଛନ୍ତି, ଯାହାକି ଏଭଳି ଅନେକ ବିଷୟରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବା ବିଷୟ ଏକ ସ୍ବଭାବିକ ହୋଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବହୁଭାଷୀ କନିଷ୍ଠ ଶିକ୍ଷା ସହାୟକ ସଂଘ ପକ୍ଷରୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକ ଧାରଣା ଦେଇଥିଲେ । ପ୍ରକାଶ ଥାଉକି, ଆଦିବାସୀ ଅଧୂଷିତ ଅଞ୍ଚଳରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକର ଅଭିବୃଦ୍ଧି, ଶିକ୍ଷାର ପ୍ରସାର ବୃଦ୍ଧି କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ । ଆଦିମ ଅଧିବାସୀ ତଥା ଗଞ୍ଜାମ ଜିଲ୍ଲାର ଆଦିବାସୀମାନଙ୍କ ପ୍ରଚଳିତ ଆଦିମ ଭାଷା ‘କୁଇ’ ଭାଷାର ପ୍ରଚାର ପ୍ରସାର ସହ ‘କୁଇ’ ଭାଷାରେ ପାଠପଢାଇ ସମାଜର ଆଧୂନିକତା ଆଡକୁ ଅପଣେଇବା ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରେ ଏହି ବହୁଭାଷୀ ଶିକ୍ଷାର କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷାସହାୟକ ନିଯୁକ୍ତି ପ୍ରଦାନ କରିଥିଲେ । ସମ୍ପ୍ରତି ନିମ୍ନ ପ୍ରାଥମିକ ସ୍ତରରେ ‘କୁଇ’ ଭାଷାରୁ ଶିକ୍ଷା ପ୍ରଦାନ କରିବା ସହ ଉନ୍ନିତ ଶିକ୍ଷାସ୍ତରକୁ ଅଣାଯାଇଥାଏ । ପରେ ଉଚ୍ଚ ଶିକ୍ଷାରେ ଅଧୂନିକ ଓଡ଼ିଆ ଭାଷା ସାହିତ୍ୟ, ଇଂରାଜୀ, ହିନ୍ଦୀ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଆଦି ଶିକ୍ଷାଲାଭ କରି ଆଦିବାସୀ ଅଧୂଷିତ ଅଞ୍ଚଳର ଯୁବପିଢ଼ୀଙ୍କୁ ଉଜ୍ଵଳ ଭବିଷ୍ୟତଆଡକୁ ଆଣିବା, ଅବା ଏହି ପ୍ରୟାସ କରିଆସୁଥିବା ଶିକ୍ଷକଙ୍କୁ ଯୋଗ୍ୟତା ଭିତ୍ତିକ ହୋଇ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ନ ଥିବା ଏକ ବିଡମ୍ବନାର ବିଷୟ ବୋଲି ମତପ୍ରକାଶପାଇଛି । ସଂପ୍ରତି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଭଞ୍ଜନଗର ବ୍ଳକ୍, ଜଗନ୍ନାଥ ପ୍ରସାଦ ବ୍ଳକ୍, ସୋରଡ଼ା ବ୍ଳକ୍, ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକ୍‌ର ବିଭିନ୍ନ ବିଦ୍ୟାଳୟ ଅଧିନସ୍ଥ ଆଦିବାସୀ ସଂପ୍ରଦାୟର ପିଲାମାନଙ୍କ ଶିକ୍ଷାର ଉନ୍ନତି ଓ ଅଗ୍ରଗତି ନିମନ୍ତେ ନିମ୍ନ ପ୍ରାଥମିକ ସ୍ତରରୁ ‘କୁଇ’ ଭାଷାର ପ୍ରଚଳନ କରିବା ଏକ ଆନୁଷଙ୍ଗିକ ପ୍ରଥାର ପଦକ୍ଷେପ ରାଜ୍ୟ ସରକାର ନେଇଥିଲେ । ତେବେ ଆମ ଗଞ୍ଜାମରେ ୨୦୧୪ ମସିହା ମାର୍ଚ୍ଚ ମାସରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଜଣେ ଲେଖାଏଁ ଶିକ୍ଷକ /ଶିକ୍ଷୟିତ୍ରୀ ନିଯୁକ୍ତି ଦେଇଥିଲେ । ସେମାନେ ଭାଷା ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବାର ତିନିବର୍ଷ ପରେ ତାଙ୍କୁ କନିଷ୍ଠ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇଥିଲା । କନିଷ୍ଠ ଶିକ୍ଷକମାନେ ଦୀର୍ଘ ଛଅବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷକତା କାର୍ଯ୍ୟ କରି ଆସିଥିଲେ ସୁଦ୍ଧା ସେମାନେ ସିଟି, ବିଏଡ ଏବଂ ଓଟିଇଟି ପାସ କରିଥିଲେ ମଧ୍ୟ ଆଉ ସେମାନଙ୍କ ଚାକିରୀ କରିବାର ଆଜକୁ ଆଠବର୍ଷ ବିତିଯାଇଥିଲେ ମଧ୍ୟ ସେହି ପ୍ରାୟ ସର୍ବମୋଟ ୬୬ ଜଣ ଶିକ୍ଷାସହାୟକଙ୍କୁ ନିୟମିତ ଅବା ସ୍ଥାୟୀ ନିଯୁକ୍ତି ମିଳିଳା ନାହିଁ । ବିଭିନ୍ନ ଅପନ୍ତରାରାଇଜ, ପାହାଡ଼ିଆ, ଜଙ୍ଗଲ, ଦୁର୍ଗମ ଭଳି ଅଞ୍ଚଳରେ ଭଡାଘରେ ରହି ମାତ୍ର ୯ ହଜାର ଟଙ୍କାରେ ଚଳିବା ମଧ୍ୟ ଖୁବକଷ୍ଟକର ବ୍ୟାପାର ବୋଲି ଶିକ୍ଷାସହାୟକ ସଂଘ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ଗଣ ଶିକ୍ଷାବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଶିକ୍ଷାବିଭାଗର ଅଧିକାରୀ ଅବିନାଶ ଶତପଥୀ ଧାରଣା ସ୍ଥଳରେ ଶିକ୍ଷକମାନଙ୍କୁ ପଚାରି ବୁଝିଥିଲେ । ଏସମ୍ପର୍କରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରିଥିଲେ । ଏ ସମସ୍ୟାର ସମାଧାନ ତୁରନ୍ତ ନ ହେଲେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ ହେବ ବୋଲି ଶିକ୍ଷାସହାୟକ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

fourteen − ten =