csstore

ମାଁ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ : ଗଞ୍ଜିଆପଡାକୁ ହରାଇ ଫାଇନାଲରେ ଝିଙ୍କିପଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷାଗୁଡା ପଞ୍ଚାୟତ ଟିଟିସିଲେଟ ଗାଁରେ ମାଁ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଆଜିର ଏହି ମ୍ୟାଚ୍‌ରେ ଗଞ୍ଜିଆପଡା ଓ ଝିଙ୍କିପଡା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜିଆପଡାକୁ ହରାଇ ଝିଙ୍କିପଡା ଦଳ ଫାଇନାଲରେ ପ୍ରବେଶ କରିଛି । ରେଫରି ଯୋଗେନ୍ଦ୍ର ସରାଫ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ମାୟାଧର ଭୋଇ ଓ ରାଜକୁମାର ଭୋଇ ସହଯୋଗ କରିଥିଲେ । ଆୟୋଜିତ ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ଚାନ୍ଦୋତରା ପଂଚାୟତ ବିଜେଡି ସଭାପତି ଲଳିତ ବଛା, ସମ୍ମାନୀତ ଅତିଥି ଭାବେ ପୋଷ୍ଟ ମାଷ୍ଟର କୃଷ୍ଣଚନ୍ଦ୍ର ରଣା, ସମାଜସେବୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କମିଟିର ପିଣ୍ଟୁ ଖରସେଲ, ମଂଜୁଲାଲ ବେହେରା, କିରଣ ବେହେରା, ଜଗବନ୍ଧୁ ଭୋଇ, ଗୁଣ ମାଝୀ, ବଲବନ୍ତ ଭୋଇ, ଧନଞ୍ଜୟ ଭୋଇ, ବିଷମ ଯାନୀ ପ୍ରମୁଖଙ୍କ ସହ କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.