oom

ସୋନଗଡ ବ୍ରିଜ୍‌ରେ ଗାତର ମରାମତି କାମ ଆରମ୍ଭ : ଡେଞ୍ଜର କଟନ ଦେଇ ଛାଡ଼ି ଦେଲେ ରାତିରେ ଦୁର୍ଘଟଣା ଆଶଙ୍କା, ରେଡିୟମ୍ ଜନିତ ସୂଚନା ଦେବାକୁ ଦାବୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବଙ୍ଗଳା ମଧ୍ୟସ୍ଥି ସୋନଗଡ ନଦୀର ବ୍ରିଜରେ ବହୁ ଖାଳ ଖମା ଭର୍ତି ହୋଇଛି । ଗୁରୁବାର ଦିନ ସକାଳେ ଖାଲକୁ ମରାମତି କରିବା ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆସି ଖାଲ ଥିବା ସ୍‌ସ୍ଥାନକୁ ମିସିନ ଦ୍ଵାରା କାଟି ଦେଇଥିଲେ । ହେଲେ ରାସ୍ତା ମରାମତି କାମ ଆରମ୍ଭ କରିବା ପରେ ସେମାନଙ୍କ ଦେଖା ନାହିଁ । ଜତ ରାତିରେ ମଧ୍ୟ ସେହି ସ୍ଥାନ ସେମିତି ପଡ଼ିଛି । ରାସ୍ତା କାଟି ଥିବାର ଠିକ୍ ପୂର୍ବରୁ ଏକ ବନ୍ଧନୀ ଭାବେ ପ୍ଲାଷ୍ଟିକ ରଶି ବାନ୍ଧି ଦେଇଛନ୍ତି । ହେଲେ ବଙ୍ଗଳା ପଟରୁ ଆସିବା ବେଳେ ବ୍ରିଜର ଠିକ୍ ଟର୍ଣ୍ଣୀଙ୍ଗ ଠାରେ ଏହି ଗାତ କରାଯାଇଥିବାରୁ ସେ ପଟରୁ ଆସୁଥିବା ଗାଡିଗୁଡ଼ିକ ଅଧିକ ବେଗରେ ଆସିଲେ ଗାଡିର ବେଗ କମାଇବା ବା ଗାଡ଼ିକୁ ନିୟନ୍ତ୍ରଣ କରିବା ପୂର୍ବରୁ ଦୁର୍ଘଟଣା ହୋଇଯିବା ଆଶଙ୍କା ଦେଖାଦେଇଛି । ସେଠାରେ କ୍ଷଣିକ ପୂର୍ବରୁ ମୋଡ ବା ଟର୍ଣ୍ଣିଂ ଥିବାରୁ ସେହି ମରାମତି ସ୍ଥାନର ଯଥେଷ୍ଟ ପୂର୍ବରୁ ରେଡିୟମ ଜନିତ ସୂଚନା ବା ଲାଇଟର କୌଣସି ସୂଚନା ଦେଲେ ରାତିରେ ଗାଡି ଚାଳକ ଜାଣି ପାରନ୍ତେ ବୋଲି ସାଧାରଣରେ ଦାବୀ ହେଉଛି । ବିଭାଗର ଏଭଳି ଖାମ ଖିଆଲି କାମ ପାଇଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

jittmm
Leave A Reply

Your email address will not be published.