pakka

ଝିଙ୍କିଡୁଙ୍ଗୁରି ପଞ୍ଚାୟତରେ ବିଭିନ୍ନ ଯୋଜନାର ଅନିୟମିତତା ହେଉଥିବା ଅଭିଯୋଗ : ବ୍ଳକ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ନିରୀହ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ସହ ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରୁଥିବା ବାହା ବାହା ମାରୁଛନ୍ତି ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଦଳି ନାହିଁ ବିକାଶର ମାନଚିତ୍ର । ଏବେବି ଅନେକ ଗାଁରେ ବିକାଶ ରହିଛି ସାତ ସପନ । ଲୋକେ ଭଙ୍ଗାଘରରେ ଦିନ ବିତାଉ ଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ଲୋକେ ନବୀନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ଝିଙ୍କିଡୁଙ୍ଗୁରି ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଅନେକ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଥିଲେ । ଅନ୍ୟପଟେ ଏହି ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ଅଭିଯୋଗ ଓ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଅନେକ ପ୍ରସଙ୍ଗକୁ ନେଇ ଧାରଣା ଦେଇ ତଦନ୍ତ କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଥିଲେ । ତେବେ ବିଡିଓ ନ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ଉକ୍ତ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ । ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

eighteen − 3 =