ପୱନ କୁମାର ତିୱାରୀ ହେଲେ ବଲାଙ୍ଗିର ସିଆର୍‌ପିଏଫ୍‌ର ନୂଆ କମାଣ୍ଡେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ ବାଟେଲିଅନ୍‌ ସିଆର୍‌ପିଏଫ୍‌ର ନୂଆ କମାଣ୍ଡେଣ୍ଟ ଭାବେ ଯୋଗ ଦେଇଛନ୍ତି ପୱନ କୁମାର ତିୱାରୀ । ୧୯୬୮ ମସିହାରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ମୋଲାନପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ତିୱାରୀ ୪ ଫେବୃଆରୀ ୧୯୯୧ରେ ସିଆର୍‌ପିଏଫ୍‌ରେ ଅଧିକାରୀ ଭାବେ ଯୋଗଦାନ କରିଥିଲେ । ଏହାପୂର୍ବରୁ ସେ ଅନେକ ନକ୍ସଲ ଅଧ୍ୟୁଷିତ ଅଂଚଳ ସହ ଆସାମ, ପଂଜାବ, ଦିଲ୍ଲୀ, ରାଜସ୍ଥାନ, ମଣିପୁର, ତାମିଲନାଡ଼ୁ, ଜାମ୍ମୁ କାଶ୍ମୀର ତଥା ମଧ୍ୟପ୍ରଦେଶରେ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ତାଙ୍କ ଯୋଗଦାନ ବଲାଙ୍ଗିର ୧୮୯ ବାଟେଲିଅନ୍‌ ସିଆର୍‌ପିଏଫ୍‌ ପାଇଁ ବେଶ୍‌ ଉପାଦେୟ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.