କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ

ସମ୍ବଲପୁର (ଦାମୋଦର ପଣ୍ଡା) ଆଜି ବିଶ୍ଵ ପର୍ଯ୍ୟଟନ ଦିବସ । ଏହି ଅବସରରେ କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଡେବ୍ରିଗଡ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ପହିଲାରୁ ଖୋଲିବ ବୋଲି ଜଣାପଡ଼ିଛି । ସମ୍ବଲପୁର ବରଗଡ଼ ସୀମାନ୍ତ ହୀରାକୁଦ ରିଜର୍ଭର ଅଞ୍ଚଳରେ ଥିବା ଇକୋ ପରର୍ଯ୍ୟଟନସ୍ଥଳୀ ଠାରେ ଜଙ୍ଗଲ ସଫାରୀ, ବୋଟିଂ ଭଳି ଆକର୍ଷଣୀୟ ବ୍ୟବସ୍ଥା ସହ ରହିବା ପାଇଁ ପ୍ରଥମ ପର୍ୟ୍ୟାୟରେ ୭ ଟି କଟେଜ୍‌ ଉପଲବ୍ଧ ହେବ । ଜଙ୍ଗଲ ଭିତରେ ବୁଲିବା ପାଇଁ ଛଅଟି ସଫାରୀ ଗାଡ଼ି ରହିଛି ।
ଅଭୟାରଣ୍ୟ ଭିତରେ ଚିତାବାଘ, ଭାଲୁ, ନୀଳଗାଈ, ଜଂଗଲୀ ମଇଁଷି, ବଜ୍ରକପ୍ତ।, ଚଉଶିଙ୍ଗା ହରିଣ, ସମ୍ବର, କୁଟୁରା ଆଦି ୨୬ ପ୍ରକାରର ଜଂଗଲୀ ଜୀବ, ଅଜଗର, ଅହିରାଜ, ଗୋଧୀ ପରି ୪୮ ପ୍ରଜାତିର ସରୀସୃପ, ୮୫ ଜାତିର ପ୍ରଜାପତି ସହ ୨୦୦ରୁ ଅଧିକ ଔଷଧୀୟ ବୃକ୍ଷ ରହିଛି । ପର୍ଯ୍ୟଟନ ଋତୁ ପୂର୍ବରୁ ଖୋଲାଯିବା ନିଷ୍ପତ୍ତି ଯୋଗୁଁ ପର୍ଯ୍ୟଟକମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.