ଓଟିଭି ପ୍ରତିନିଧି ଅରିନ୍ଦମ ଦାଶଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଓଟିଭି ପ୍ରତିନିଧି ୰ଅରିନ୍ଦମ ଦାଶ ଦନ୍ତା ହାତିର ଲାଇଭ୍‌ ଖବର ସଂଗ୍ରହ କରୁଥିବା ବେଳେ ମହାନଦୀର ପ୍ରଖର ଜଳ ସ୍ରୋତରେ ମୁଣ୍ଡୁଳି ବ୍ୟାରେଜରେ ଭାସି ଯାଇ ଗତ ୨୪/୯/୨୦୨୧ରିଖ ଦିନ ପ୍ରାଣ ତ୍ୟାଗ କରିଛନ୍ତି । ଜଣେ ନିର୍ଭିକ ଏବଂ କର୍ମଠ ଖବରଦାତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ସାମ୍ବାଦିକ ସଂଘ ତରଫରୁ ରବିବାର ଦିନ ସ୍ଥାନୀୟ ଡାକ ବଙ୍ଗଳାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ସୁବାଷ ବେହେରାଙ୍କ ଉପସ୍ଥିତିରେ ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଏହି ଶୋକସଭା ହୋଇଛି । ସଭାରେ ୰ଦାଶଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦ୍‌ଗତି ତଥା ପରିବାର ବର୍ଗଙ୍କୁ ଭଗବାନ ସାହାସ ପ୍ରଦାନ କରିବା ସହିତ ସରକାର ମୃତକଙ୍କ ଏକମାତ୍ର ସନ୍ତାନର ସମସ୍ତ ଭରଣ ପୋଷଣ କରିବା ସହିତ ଶିକ୍ଷାଦାନର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରସ୍ତାବ ଆଗତ ହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଏହି ସଭାରେ ସଂଘର ଉପସଭାପତି ଜୀବନାନନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, ସଭ୍ୟ କୃତିକର ବାଗ, ବିମଲ କୁମାର ଦାସ, ମୋହନ ସୋନି, ବିନୋଦ ସିଂ, କୈଲାଶ ସଗରିଆ ସହ ଅନ୍ୟମାନେ ନିଜ ନିଜ ମତାମତ ରଖି ୨ମିନିଟ ନିରବ ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.