oom

ସୋହେଲାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୋହେଲା ଠାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ସୋହେଲା ଗୌନ୍ତିଆ ଗୋପାଳ ନାଏକ ଏବଂ ରାଇଜ ଅଫ୍‌ ଲାୟନସ୍‌ ସଂସ୍ଥାର କର୍ମକର୍ତ୍ତାଙ୍କ ଭବ୍ୟ ଉପସ୍ଥିତିରେ ଓଡିଶା ସରକାରଙ୍କର ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଶାସନିକ ଅଧିକାରୀ ସୁଜିତ ପଧାନ, ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟ ସାଧକ ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ସାହୁ, ବିଶିଷ୍ଟ ସାମ୍ବାଦିକ ଅଶୋକ ପଧାନ, ସମାଜସେବୀ ଡୋଳାମଣି ପଟେଲଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂହ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିବା ପଶ୍ଚିମ ଓଡିଶାର ନାଁ କରା ବ୍ୟଙ୍ଗକବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ମନୋରଞ୍ଜନ ଲୁହା, ରାଜେଶ କାରିଆ ତଥା ହାସ୍ୟ କଳାକାର ଶିଶିର ପୁରୋହିତ ଏବଂ ଶିଶୁନୃତ୍ୟ ଶିଳ୍ପୀ ବର୍ଷାରାଣୀଙ୍କୁ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂହ ସ୍ମୃତିଫଳକ, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ସହ ସ୍ୱତନ୍ତ୍ର ରୂପେ ସମ୍ମାନିତ କରିଥିଲେ । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ ।

jittmm
Leave A Reply

Your email address will not be published.