pakka

ନିଖୋଜ ନାବାଳିକା ମହାରାଷ୍ଟ୍ରରୁ ଉଦ୍ଧାର

bbehera

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପୋଲିସ ନିଖୋଜ ନାବାଳିକା (୧୬)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ନାବାଳିକା ଜଣକ କୋଡ଼ିଙ୍ଗା ଥାନା ଅଧୀନ ଫାର୍ଶାଗୁଡ଼ା ଗ୍ରାମର । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ ରାତିରେ ନାବାଳିକା ଜଣକ କୌଣସି କଥାକୁ ନେଇ ଘରେ ମନୋମାଳିନ୍ୟ ଘଟି ରାତିରେ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନଥିଲା । ଏ ନେଇ ତାଙ୍କ ମା’ କୋଡ଼ିଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏତଲାକୁ ଭିତ୍ତିକରି ୧୪୯/୨୧ରେ ଏକ ମାମଲା ରୁଜୁକରି କୋଡ଼ିଙ୍ଗା ଥାନାଧ୍ୟାକାରୀ ଅନୁସନ୍ଧାନ ଚଳାଇଥିଲେ । ନାବାଳିକାଙ୍କୁ ପୋଲିସ ମହାରାଷ୍ଟ୍ରର ପୁନେ ନିକଟ ମହାଲୁଙ୍ଗେରୁ ଠାରୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

one + two =