pakka

ଗଣେଶ ପୂଜା ଏବଂ ନୂଆଁଖାଇ ଉପଲକ୍ଷେ ଜରାସିଂହା ବାବୁପଡ଼ାରେ ବିଭିନ୍ନ ଖେଳ ପ୍ରତିଯୋଗିତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାନ୍ତିନିବାସ ବାବୁପଡାରେ ଗଣେଶ ପୂଜା କମିଟି ତରଫରୁ ଦୁଇଦିନ ଧରି କ୍ରୀଡା ପ୍ରତିଯୋଗିତା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମ୍ୟୁଜିକ ଚେୟାର (ଝିଅ ଓ ପୁଅ), ଚାମଚ ଦୌଡ (ଝିଅ), ବାଇଗଣ ଦୌଡ (ପୁଅ), ବୁକେଟ ବଲଳ ବଲାଂସି (ଝିଅ, ପୁଅ), ପୁଚି ଖେଳ, ଜିଲାପି ଜମ୍ପ, ଦୌଡ଼ି ଦୌଡ, ଭିତର ବାହାର ଖେଳ, ଆଳୁ ଦୌଡ, ହାଣ୍ଡିଆ ପିଟା, କପ ଭିତରେ ବେଲୁନ ଫୁକିବା ପ୍ରତିଯୋଗିତା ହୋଇଥିଲା । ମ୍ୟୁଜିକ ଚେୟାରରେ ପ୍ରଥମ ସ୍ଥାନରେ ବାଳକ ପକ୍ଷରୁ ମଧୁସୂଦନ ମେହେର ଓ ଝିଅ ପକ୍ଷରୁ ଦିଆ ସିଂ ନିନା ଓ ମାଧବି ଦାଣ୍ଡିଆ, ବାଇଗଣ ରେସରେ ଅରମାନ ମେହେର, ବୁକେଟ ବଳରେ ଝିଅରେ ରଶମି ଭିତରିଆ ଓ ପୁଅରେ ମୁକେଶ ଦଣ୍ଡସେନା, ପୁଚିଖେଳରେ ନମିତା ପାତ୍ର, ଭିତର ଓ ବାହାର ଖେଳରେ ସାଇଶ୍ରୀ ସିଂ ନିନା, ଆଳୁ ଦୌଡରେ ପ୍ରିୟା ମଲ୍ଲିକ, ସୋପନ ରେସରେ ସିପ୍ରା ସିଂ ନିନା, ଜିଲାପିରେ ସ୍ୱାଗତ ସିଂ ନିନା ଓ ଶକ୍ତି ପଧାନୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଖେଳ ପରିଚାଳନାରେ ଶାନ୍ତି ନିବାସ ବାବୁ ପଡା ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

two + thirteen =