oom

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ଏନ୍‌ସିସି ଅଧିକାରୀ ଭୁବନେଶ୍ୱର ମିଶ୍ରଙ୍କ ପରଲୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତାଲପାଲିପଡ଼ା ନିବାସୀ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ଏନ୍‌ସିସି ଅଧିକାରୀ ଭୁବନେଶ୍ୱର ମିଶ୍ରଙ୍କ ୭୪ ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ବର୍ଷ ଧରି ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲରେ ସେବା ପ୍ରଦାନ କରି ଅବସର ଗ୍ରହଣ କରିଥିଲେ । ସେ ଜଣେ ନିଷ୍ଠାବାନ ତଥା କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ତାଙ୍କ ପତ୍ନୀ ଆରତୀ ସେନାପତିଙ୍କ ସହ ପୁଅ ପ୍ରତ୍ୟୁଷ ରଂଜନ, ତାପସ ରଂଜନ, କନ୍ୟା ସୌମ୍ୟା, ଜ୍ୱାଇଁ ଓ ଦୁଇ ପୁତ୍ରବଧୁ, ନାତି ନାତୁଣୀ, ଭଣଜା ଭାଣଜୀ, ପୁତୁରା ଝିଆରୀ ତଥା ଅନ୍ୟମାନେ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, କିଶୋର ରଥ, ଜୟଚନ୍ଦ୍ର ରଥ, ସରୋଜ ରଥ, ଚତ୍ତରଂଜନ ମିଶ୍ର, ଦିବ୍ୟରଂଜନ ମିଶ୍ର, ରଶ୍ମରଂଜନ ମିଶ୍ର ପ୍ରମୁଖ ତାଙ୍କ ଶେଷକୃତ୍ୟରେ ସାମିଲ୍‌ ହୋଇ ସ୍ଥାନୀୟ ବିଭୂତିପଡ଼ାର ଶ୍ମଶାନରେ ଅନ୍ତିମ ସକ୍ରାର କର୍ମ ସମାପନ ହୋଇଥିଲା । ବଡ଼ପୁଅ ପ୍ରତ୍ୟୁଷରଂଜନ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.