ନମିତାଙ୍କୁ ଆର୍ଥିକ ପୁରସ୍କାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସୁନା ଝିଅ ମମତା ପ୍ରଧାନଙ୍କୁ ଗତକାଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ବରଗଡ଼ ମାରୁତି ଏନକ୍ଲେଭ ଠାରେ ଓଡ଼ିଶା ମାଷ୍ଟର ଆଥଲେଟିକ ଏସୋସିଏସନ ପକ୍ଷରୁ ଆୟୋଜିତ ସମର୍ଦ୍ଧନା ସଭାରେ ସର୍ଦାର ପ୍ରୀତମ ସିଂ ସଭାପତିତ୍ୱ କରିଥିଲେ । ସଭାରେ ଓଡ଼ିଶା ମାଷ୍ଟର ଆଥଲେଟିକ ଏସୋସିଏସନର ସଭାପତି କେଶବ ଚନ୍ଦ୍ର ମିଶ୍ର ମମତା ପ୍ରଧାନଙ୍କୁ ୩୦ ହଜାର ଟଙ୍କାର ଚେକ୍ ପୁରସ୍କାର ପ୍ରଦାନ କରିଥିଲେ । ସଭାରେ ମମତାଙ୍କ ପ୍ରଶିକ୍ଷକ ଶିବ ମିଶ୍ରଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏଥିରେ ବରଗଡ଼ ମହିଳା ସମିତି, ବରଗଡ଼ ଚେମ୍ବର ଅଫ କମର୍ସ, ଜିଲ୍ଲା କ୍ରୀଡ଼ା ସଂସଦ, ସାମ୍ବାଦିକ ସଂଘ ବରଗଡ଼ ପ୍ରମୁଖର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶେଷରେ ଓଡ଼ିଶା ମାଷ୍ଟର୍ସ ଆଥଲେଟିକ ଏସୋସିଏସନର ସମ୍ପାଦକ ଶିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସିନିୟର୍ ଓପନ ଆଥଲେଟିକ ମିଟରେ ମମତା ପ୍ରଧାନ ୮୦୦ ଏବଂ ୧୫୦୦ ମିଟର ଦୌଡ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ପ୍ରତିନିଧିତ୍ଵ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.