ରେଙ୍ଗାଲି ଗ୍ରାମରୁ ୧୧୦ ଲିଟର ଦେଶୀ ରନ୍ଧା ମଦ ସହ ୩ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରୁ ଆଜି ଅବକାରୀ ବିଭାଗ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅବକାରୀ ବିଭାଗର ବଲାଙ୍ଗିର ମୋବାଇଲ ଟିମ୍‌, ବଲାଙ୍ଗିର ସଦର ଟିମ୍‌ ପାଟଣାଗଡ, ଲୋଇସିଂହା ଓ ତୁଷୁରା ଟିମ୍‌ ପୋଲିସ ସହିତ ମିଳିତ ଭାବରେ ଚଢାଉ କରିଥିଲେ । ଅବକାରୀ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିବା ବେଳେ ରେଙ୍ଗାଲି ଗ୍ରାମର ୩ ଜଣ ମୁକ୍ତିଶ୍ୱର ନାଏକ, ରାଜେନ୍ଦ୍ର ହରିପାଲ, ଥବିର ବିଭାରକୁ ଗିରଫ କରାଯାଇଛି । ରେଙ୍ଗାଲି ଗ୍ରାମ ଦେଶୀ ରନ୍ଧା ମଦ ପ୍ରସ୍ତୁତି ପାଇଁ କୁଟୀରଶୀଳ୍ପ ଭାବେ ପରିଣତ ହୋଇ ସାରିଥିବା ବେଳେ ବାରମ୍ବାର ଅବକାରୀ ବିଭାଗର ଚଢାଉ ସତ୍ୱେ ବେଆଇନ ମଦ କାରବାର ଉପରେ ରୋକ ଲଗାଯାଇ ପାରୁନାହିଁ ଯାହା ଚିନ୍ତାର ବିଷୟ ।

Leave A Reply

Your email address will not be published.