ପବିତ୍ର ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୫୮ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପବିତ୍ର ଗୁରୁ ଦିବସ ଅବସରରେ ଭେଡେନ ସ୍ଥିତ ଜ୍ଞାନ ଡିଫେନ୍ସ କୋଚିଂ ସେଣ୍ଟର ଓ ନିଷ୍ଠା ପରିବାରର ମିଳିତ ଆନକୂଲ୍ୟରେ ଭେଡେନ, ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଅତିଥି ଭାବରେ ଅରୁଣ କୁମାର ପଣ୍ଡା, ଗଙ୍ଗାଧର ଦାସ, ଶ୍ରୀକାନ୍ତ କୁମାର ପ୍ରଧାନ, ଲୋଚନ କୁମାର ଭୋଇ ଯୋଗ ଦେଇଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.