csstore

୮୪ ଘର ଅଘରିଆ ସମାଜର ମରୁଡି ସ୍ଥିତି ନେଇ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର ମରୁଡି ପରିସ୍ଥିତି ଘୋଷଣା କରିବା ନେଇ ୮୪ ଘର ଅଘରିଆ ସମାଜ କେନ୍ଦ୍ର କାର୍ୟ୍ୟକାରୀ କମିଟୀ ତଥା କୃଷକ ମଂଚ ତରଫରୁ ରାମଚନ୍ଦ୍ରପୁର ଗୁଡି ଅଧିନ ଜନକପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସଭାପତି ହରିଶଙ୍କର ସାଏଙ୍କ ସଭାପତିତ୍ୱରେ ୧୮ ଗୁଡିରୁ ପ୍ରାୟ ୧୦୦ ଜଣ ବିଭିନ୍ନ ପଦାଧିକାରୀ ସଭ୍ୟ ଯୋଗ ଦେଇ ସଭାରେ ୫ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦେବାକୁ ସଭାରେ ଗୃହୀତ ହେଲା ମଣ୍ଡଳ ସଭାପତି, ବଲାଙ୍ଗିର ଦ୍ୱାରିକାନାଥ ପଟେଲ, କେନ୍ଦ୍ର ଉପସଭାପତି ଷଢାନନ ରାଉତ୍‌ ସମେତ ବଲାଙ୍ଗିର ଗୁଡି ସଭାପତି ମନୋରଞ୍ଜନ ସାଏ, ପୁଇଁତଲା ସଭାପତି ମଧୁସୂଦନ ସାଏ, ଦୁର୍ଗାପାଲି ସଭାପତି ଧୋବେଇ ଚରଣ ପଟେଲ, କୁସଙ୍ଗ ସଭାପତି ସୁଶାନ୍ତ ପଟେଲ, ରାମଚନ୍ଦ୍ରପୁର ଗୁଡି ସଭାପତି ଯୋଗେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୮ ତାରିଖରେ ଜଗନ୍ନାଥ ପଡା ସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ଦେବାକୁ ସ୍ଥିର ହୋଇଛି । ସଭାରେ ଆବାହକ ବାରପୁଡୁଗିଆ ଗୁଡି ସଭାପତି ଉଦୟନାଥ ପଟେଲ ସଂଯୋଜନା କରି ଧନ୍ୟବାଦ ଦେଇଥିଲେ । ଜିଲ୍ଲା କୃଷକ ମଂଚ ଉପସଭାପତି ଯୋଗେଶ୍ୱର ପଟେଲ ମହିଳା ମଂଚର ନେତ୍ରୀ ବିଳାସିନୀ ପଟେଲ, ଗ୍ରାମ୍ୟ କର୍ମକର୍ତା ବିରଂଚି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.