oom

ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସାଂଗଠନିକ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ସ୍ୱର୍ଗତ ସୁଧିର ପରିଚ୍ଛାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଚାଷୀ ନେତା ବାବାଜୀ ଦାସଙ୍କ ସଭାପତିତ୍ୱରେ ସର୍ବ ସମ୍ମତିକ୍ରମେ ନୂତନ କମିଟି ଗଠନ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀ ସଭ୍ୟ ଭାବେ ସନ୍ତୋଷ ପଟେଲ, ନୂତନ ସେଠ, ବାବାଜୀ ଦାଶଙ୍କୁ ରଖାଯାଇଥିବା ବେଳେ ନୂତନ କମିଟିର ସଭାପତି ଭାବେ ଜତୀ ପଧାନ, ଉପସଭାପତି ସୌମେନ୍ଦ୍ର ପରିଚ୍ଛା (ଚଗଲା), ସଂପାଦକ ସରୋଜ ରଥ, ସହସଂପାଦକ ପ୍ରାଣକୃଷ୍ଣ ସାହୁ, ସହସଂପାଦକ ବିଶ୍ୱଜିତ ନାଥ ଓ ଯୁବ ଚାଷୀନେତା ମଧୁସୁଦାନ କ୍ଷେତୀଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଂଯୋଜକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ବ୍ଲକ କମିଟିରେ ପାଟଣାଗଡ ବ୍ଲକ କୃଷ୍ଣଚନ୍ଦ୍ର ବନଛୋର, ଖପ୍ରାଖୋଲ ବ୍ଲକ କ୍ଷମାନିଧି ଭୋଇ, ବେଲପଡା କନ୍ଦର୍ପ ଦନ୍ତା, ବଲାଙ୍ଗିର ସଦର ବ୍ଲକ ଯୁଗେଶ୍ୱର ଜେନା, ଦେଓଗାଁ ବ୍ଲକ ଦୟାନିଧି ଖମାରି, ଲୋଇସିଂହା ଶାନ୍ତନୁ ସିଂହ, ତୁଲେକେଲା ବ୍ଲକ ଗୋଲେଖ ସାହୁ, ଗୁଡଭେଲା ବ୍ଲକ ସନାତନ ମେହେର, ମୁରିବାହାଲ ବ୍ଲକ କୈଳାସ ପଧାନିଙ୍କୁ ମନୋନୀତ କରାଯାଇଥିଲା । ଚାଷୀ ମାରଣ ନୀତି, ମରୁଡି ଘୋଷଣା ଓ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ତଥା ସାର କଳାବଜାରୀ ଓ ବ୍ୟାପକ ଜଳସେଚନ ଦାବୀରେ ଆଗାମୀ ତା.୨୦/୦୯/୨୦୨୧ ଦିନ ବିରାଟ ଚାଷୀ ସମାବେଶ କରିବାକୁ ସ୍ଥିର କରାଯାଇଛି । ସଭା ଶେଷରେ ପ୍ରାଣକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.