ହରଗୌରୀ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବୀ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ଶିବତଲା ଲୁଚକିବନ୍ଧ, ରଘୁମଣିପାଲି ସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଉପରେ ନିର୍ମିତ ହୋଇଛି ହାରଗୌରୀ ମନ୍ଦିର । ୨୦୧୪ ମସିହାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ମନ୍ଦିର ବେଶ ସୁନାମ ଅର୍ଜନ କରିଛି । ପୁନଶ୍ଚ ହରଗୌରୀ ମନ୍ଦିର ସୌନ୍ଦଯ୍ୟକରଣ କମିଟିର ଉଦ୍ୟମ କ୍ରମେ ମନ୍ଦିର ଚତୁଃପାର୍ଶ୍ଵରେ ବୃକ୍ଷ ରୋପଣ ସହିତ ବିଭିନ୍ନ ଫୁଲଗଛରେ ସୁଶୋଭିତ କରାଯାଇଛି । ଏହି ମନ୍ଦିରକୁ ପ୍ରତ୍ୟେକ ଦିନ ଶହ ଶହ ଶ୍ରଦ୍ଧାଳୁ, ଭକ୍ତ, ପର୍ଯ୍ୟଟକ ଆସି ଏହି ଶୋଭାମୟ ପରିବେଶର ମଜା ଉଠାଉଛନ୍ତି । ମନ୍ଦିର ପ୍ରଚାର ପ୍ରସାର ପାଇଁ ଫେସବୁକ, ୟୁଟୁବ ଏବଂ ଖବରକାଗଜ ମାଧ୍ୟମରେ ସୌନ୍ଦର୍ଯ୍ୟକରଣ କମିଟି ପ୍ରୟାସ ଜାରି ରଖିଛି । ଏଣୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ହରଗୋରୀ ମନ୍ଦିରର ସୋନ୍ଦର୍ଯ୍ୟକରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ହରଗୌରୀ ମନ୍ଦିର ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରିବ ବୋଲି ସାଧାରଣରେ ଦାବୀ ହୋଇଆସୁଛି ।

Leave A Reply

Your email address will not be published.