oom

ମନବୋଧ ବାଗଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଯୁବ ସମାଜସେବୀ

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଅନ୍ତର୍ଗତ ବାଲପଦର ଗାଁର ମନବୋଧ ବାଗ ଦୀର୍ଘ ୩ ବର୍ଷ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହ ତାଙ୍କର ସାକ୍ଷାତ ହୁଏ । ତାଙ୍କ ମୁହଁରେ ଅସମ୍ଭାଳ ଭାବରେ ବଢି ଚାଲୁଥିଲା ମାଂସ ପିଣ୍ଡୁଳା । ସେହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ତଥା ତତ୍କାଳୀନ ସିଡିଏମ୍‌ଓ ଡ଼ଃ ସୁଜ୍ଞାନେନ୍ଦ୍ର ମିଶ୍ରଙ୍କର ସହାୟତାରେ କଟକ ପଠେଇ ଥିଲା । ସେଠାରେ ଦୀର୍ଘ ଦିନ ରହିବା ପରେ ମଧ୍ୟ ଚିକିତ୍ସା କ୍ଷେତ୍ରରେ କିଛି ଉନ୍ନତି ହେଲାନାହିଁ । ଏହା ପରେ ସେଠାକାର ସମାଜସେବୀ ମାନେ ତାଙ୍କୁ ଦେଖାରେଖା କରିଥିଲେ । ପରେ ସମସ୍ତଙ୍କ ପ୍ରଚେଷ୍ଟାରେ ତାଙ୍କୁ ଦିଲ୍ଲୀ ଏମସ୍‌ ପଠାଯାଇଥିଲା । ସେଠାରେ ବି ସେ ସମାନ ପରିସ୍ଥିତି ହେବାରୁ ବଲାଙ୍ଗିର ଘରକୁ ଚାଲି ଆସିଥିଲେ ମନବୋଧ । ପୁଣି ବେସରକାରୀ ସ୍ତରରେ ପ୍ରଚେଷ୍ଟା କରାଗଲା । ଗୋଟେ ଫଣ୍ଡିଙ୍ଗ୍‌ ସଂସ୍ଥା ମିଲାପରେ ତାଙ୍କ ବିଷୟରେ ପୋଷ୍ଟ କରାଗଲା । ସେଥିରେ ବହୁ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇଛନ୍ତି । ଯାହାକି ୪୨,୯୩, ୨୯୬ ଟଙ୍କା ସହଯୋଗ ରାଶି ସଂଗ୍ରହ ହୋଇଥିଲା । ପରେ ସଂସ୍ଥାର କର୍ମକର୍ତା ବେଙ୍ଗଲୋରରେ କଥା ହେଇ ସେଠାରେ ଡାକ୍ତରଙ୍କୁ ଦେଖାଇବାକୁ ବ୍ୟବସ୍ଥା କରୁଥିବା ବେଳେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଭାପତି ତାଙ୍କୁ ନେଇ ବଲାଙ୍ଗିର ଜିଲ୍ଲପାଳଙ୍କୁ ସେଠାରେ କିଛି ସରକାରୀ ସାହାଯ୍ୟ ତଥା ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ପରେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ଜଣାପଡିଛି । ତେବେ ଆଜି ତାଙ୍କ ଗାଁ ବାଲପଦରକୁ ଯାଇ ବିଙ୍ଗ ହ୍ୟୁମାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଦେଖା କରିବା ସହ ତାଙ୍କର ଘର ଚଳିବା ପାଇଁ ଏକ ମାସର ରାସନ ସାମଗ୍ରୀ ଦେବାସହ ଆଗାମୀ ଦିନରେ ସବୁ ପ୍ରକାର ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତାଙ୍କ ସହ ବିଙ୍ଗ ହ୍ୟୁମାନର ସକ୍ରିୟ ସଦସ୍ୟ ହେମନ୍ତ ଛୁରିଆ ଏବଂ କନ୍ଦର୍ପ ରଣା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.