ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘର ଏକ ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୱେବ ମିଡିଆ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ନୂତନ ଭାବେ ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ଗଠନ ବିଷୟରେ ଆଲୋଚନା କରାଯାଇଥିଲା । ସଭାପରେ କର୍ମକର୍ତ୍ତା ମନୋନୟନ କରାଯାଇ ସର୍ବସମ୍ମତିକ୍ରମେ ସଭାପତି ଭାବେ ଜଗାନନ୍ଦ ମହାପାତ୍ର, ସଂପାଦକ ଭାବେ ଶରତ ମୁଦୁଲି, ଉପ‐ସଭାପତି ଭାବେ ବଳରାମ ବାଘ, ସହ‐ସଂପାଦକ ଭାବେ ହୃଦାନନ୍ଦ ମେହେର ଓ କୋଷାଧ୍ୟକ୍ଷ ଭାବେ ପ୍ରେମାନନ୍ଦ ମହାପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ବୈଦ୍ୟନାଥ ସାମଲ, ଅବୁ ବକର ଖାଁ ଓ ଆଶିଷ ବିହାରୀ ଠାକୁରଙ୍କୁ ମନୋନୀତ କରାଯାଇଛି । ଶେଷରେ ରାଜେଶ ଠେଲା ଧନ୍ୟବାଦ ଦେଇଥିଲେ । ଏଥିରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ୱେବ ମିଡିଆର ପ୍ରତିନିଧି ବୃନ୍ଦ ଉପସ୍ଥିତ ।

Leave A Reply

Your email address will not be published.