csstore

ଗତ ୨୪ ଘଂଟାରେ ରାଜ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୨୭୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୩, ବଲାଙ୍ଗିରରୁ ୩, ଭଦ୍ରକରୁ ୯, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେ଼ଙ୍କାନାଳରୁ ୧୯, ଗଂଜାମରୁ ୯, ଜଗତସିଂହପୁରରୁ ୩୪, ଯାଜପୁରରୁ ୩୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୨୯, କେଉଁଝରରୁ ୧୬, ଖୋର୍ଦ୍ଧାରୁ ୨୯୧, କେରାପୁଟରୁ ୫, ମାଲକାନଗିରିରୁ ୪, ମୟୁରଭଂଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡାରୁ ୧, ପୁରୀରୁ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡରୁ ୧୬ ଓ ଷ୍ଟେଟ ପୁଲ୍‌ରୁ ୬୨ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.