csstore

ଆଦିବାସୀ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ଫେରାର ଅଭିଯୁକ୍ତ ୪ ବର୍ଷ ପରେ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ତିନି ବର୍ଷ ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଲରମ୍ଭା ଥାନା ଅଞ୍ଚଳରେ ଜଣେ ଆଦିବାସୀ ପୀଡିତା ମହିଳାଙ୍କ ଲିଖିତ ଅଭିଯୋଗ କ୍ରମେ ଖପ୍ରାଖୋଲ ଥାନା ଅଧିନସ୍ଥ ପୋଡମୁଣ୍ଡ ଗ୍ରାମର ବାଳକୃଷ୍ଣ ଶବର (୨୭) ବିବାହ ପ୍ରତିଶ୍ରୁତି ଦେଇ ତିନି ମାସରୁ ଅଧିକ ଧରି ଯୌନ ଶୋଷଣ କରିଥିବା ନେଇ ପୀଡିତା ଆଦିବାସୀ ମହିଳା ଜଣକ ଗତ ତା. ୨୭/୩/୨୦୨୧ ଦିନ ଲରମ୍ଭା ଥାନାରେ ଅଭିଯୁକ୍ତ ନାମରେ ଲିଖିତ ଏତଲା ଦେଇଥିଲେ । ପୀଡିତା ଆଦିବାସୀ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଜଣକ ତାଙ୍କୁ ୪ରୁ୫ ମାସ ଧରି ବିଭିନ୍ନ ଜାଗାରେ ରଖି ଶାରୀରିକ ସମ୍ପର୍କ ସ୍ଥାପନ କରି ତାକୁ ଛାଡ଼ିଦେଇ ଫେରାର ହୋଇଥିବା ଏତଲା ଦର୍ଶାଇଛନ୍ତି । ଏ ସଂକ୍ରାନ୍ତରେ ଲରମ୍ଭା ଥାନା କେଶ ନଂ ୧୦୭/୧୭ ୟୁ/ ଏସ୍ ୨୯୪ ,୨୨୩, ୩୭୬(ଏନ୍,), ୫୦୬, ଆର୍ ଡବ୍ଳୁ ସେକସନ‌ ୩(୧) ଆର୍ ଏସ (୨)(ଭି) ଏସ୍‌ସି, ଏସଟି ପ୍ରେଭେସନ ଆକ୍ଟରେ ଏକ ମାମଲା ରୁଜୁ ହୋଇ ବିଚାରଧୀନ ଥିବା ବେଳେ ଦୀର୍ଘ ବର୍ଷ ଧରି ଫେରାର ହୋଇଥିବା ଅଭିଯୁକ୍ତ ବାଳକୃଷ୍ଣ ବାଗ ନିକଟରେ ନିଜ ଘରକୁ ଆସି ଥିବାର ଖବର ପାଇ ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ନିର୍ଦ୍ଦେଶ କ୍ରମେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ନିଜ‌ ସଦବଳ ସହ ଯାଇ ଆଜି ତା.୨୮/୮ ଭୋର ସମୟରେ ଅଭିଯୁକ୍ତକୁ ଧରିଥିଲେ । ଡ଼ାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବା‌ରୁ ତାକୁ ପାଟଣାଗଡ଼ ଉପଖଣ୍ଡ ଜେଲ୍‌କୁ ପଠାଇଦିଆଯାଛି ବୋଲି ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି ।

jayashree
Leave A Reply

Your email address will not be published.