csstore

ଟାଟା ଇସ୍ପାତ କାରଖାନା ନାମରେ ବିସ୍ଥାପିତଙ୍କ ଆନ୍ଦୋଳନକୁ ଏଚ୍‌ଏମ୍‌ଏସ୍‌ର ସମର୍ଥନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗତ ୨୫ ବର୍ଷ ତଳେ ଟାଟା କମ୍ପାନୀ ସାଧାରଣ ଜନତାଙ୍କ ଆନ୍ଦୋଳନ ସତ୍ତେ୍ୱ ଗୋପାଳପୁର ପ୍ରକଳ୍ପ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସରକାର ଏବଂ ସାଧାରଣ ଲୋକଙ୍କ ଠାରୁ ଶାଗମାଛ ଦରରେ ୩୫୦୦ ଏକର ଜମି ଅଧିଗ୍ରହଣ କରିଛି । ଜମି ହରାଇଥିବା ବିସ୍ଥାପିତଙ୍କୁ କମ୍ପାନୀ ପକ୍ଷରୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ସେମାନେ ଏଥିରୁ ବଂଚିତ ହୋଇଛନ୍ତି । ଟାଟା କମ୍ପାନୀ ଇସ୍ପାତ କାରଖାନା ନ କରି ସେହି ଜାଗାରେ କ୍ଷୁଦ୍ର ପ୍ରକଳ୍ପ ନିର୍ମାଣ କରି ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦେଉଛି । ପୂର୍ବ ଚୁକ୍ତି ଅନୁଯାୟୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବା ପ୍ରତିବାଦରେ ୧୭ ଖଣ୍ଡ ଗ୍ରାମର ବିସ୍ଥାପିତ ଟାଟା ଦ୍ୱାରା ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ଗତ ୧୦ ତାରିଖରୁ ଟାଟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଧାରଣାସ୍ଥଳରେ ଉପସ୍ଥିତ ରହି ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)ର ବରିଷ୍ଠ ନେତା ରବି ରଥ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଦାବୀ ପ୍ରତି ସମର୍ଥନ ଜଣାଇ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନର ପନ୍ଥା ବାହାର କରିବାକୁ ଅନୁରୋଧ କରିଥିଲେ । ଦାବୀ ପୂରଣ ନ ହେଲେ ସେପ୍ଟେମ୍ବର ୬ ତାରିଖରେ ଆନ୍ଦୋଳନକାରୀମାନେ କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.