csstore

ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କରେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

  • ଏକ ବ୍ୟବସ୍ଥିତ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଉନ୍ନତିରେ ସହାୟକ ହେଉଛି ଶିକ୍ଷା ସେତୁ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ବିରାମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ କ୍ଲସ୍ଟରରେ ଚତୁର୍ଥ ସାପ୍ତାହିକ ଶିକ୍ଷକ ଅବିଭାବକ ସମ୍ମିଳନୀରେ ଯୋଗଦାନ କରିଥିଲେ । ଜିଲ୍ଲାରେ ଶିକ୍ଷକ ଅବିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ତଥା ଏକ ବ୍ୟବସ୍ଥିତ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଶିକ୍ଷା ସେତୁ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଏକ ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ବିରାମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କ ସହିତ ଲୁତୁରପଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବ୍ୟକ୍ତିଗତ ଭାବରେ ଅବିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଅବିଭାବକମାନେ କହିଥିଲେ ଯେ, କରୋନା କାଳରେ ମଧ୍ୟ ତାଙ୍କରି ପିଲାମାନେ ଶିକ୍ଷା ସେତୁ କାର୍ଯ୍ୟକ୍ରମରେ ପଢାପଢିକୁ ସୁନ୍ଦର ଭାବରେ ଉପଯୋଗ କରିପାରୁଛନ୍ତି । ଶିକ୍ଷକ ମାନେ ମଧ୍ୟ ସ୍ଵୀକାର କରିଥିଲେ ଯେ, ଏହାଦ୍ଵାରା ପିଲାମାନଙ୍କ ପଢାପଢିରେ ବହୁତ ଉନ୍ନତି ପରିଲକ୍ଷିତ ହୋଇପାରିଛି । ଏହି ବିଦ୍ୟାଳୟର ସପ୍ତମ ଶ୍ରେଣୀର ଜଣେ ଛାତ୍ର କେଶବ ବେହେରା ଏବଂ ଜଣେ ଛାତ୍ରୀ ସୋନାଲିକା ମହାକୁର ଶିକ୍ଷା ସେତୁ କାର୍ଯ୍ୟକ୍ରମ ଦ୍ବାରା ସେମାନଙ୍କ ଅଶେଷ ଉପକାର ସାଧ୍ୟ ହୋଇପାରିଥିବାରୁ ଜିଲ୍ଲାପାଳଙ୍କୁ ବିଶେଷ ଧନ୍ୟବାଦ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ କୃତଜ୍ଞତା ଜଣାଇଥିଲେ ।

jayashree
Leave A Reply

Your email address will not be published.