csstore

କଣ୍ଟାମାଲ ବ୍ଲକ ଗଣଶିକ୍ଷକ ସଂଘର ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ତମ୍ବାସିନା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୁବୋଧ ବସ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସଭାପତି ରଂଜୁ ଅମାତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବେ କଣ୍ଟାମାଲ ବ୍ଲକ ଏକ୍ସକ୍ୟାଡ଼ର ସଂଘର ସଂପାଦକ କେଶବ ପ୍ରଧାନ, କୋଷାଧ୍ୟକ୍ଷ ନରେଶ ଚନ୍ଦ୍ର କର୍ମୀ ପ୍ରମୁଖ ଯୋଗଦେଇ ଗଣଶିକ୍ଷକଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ୩୧/୦୩/୨୦୧୯ ପର୍ଯ୍ୟନ୍ତ ରହିଥିବା ଓଟିଇଟିକୁ ବୃଦ୍ଧି କରିବା ସହ ସମସ୍ତଙ୍କୁ ସରକାର କିପରି ନିୟମିତ କରିବେ ସେ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଦୀର୍ଘଦିନ ଧରି ଶିକ୍ଷା ବିଭାଗରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଗଣଶିକ୍ଷକ ମାନଙ୍କ ବୟସ ଅତିକ୍ରାନ୍ତ ହୋଇଯାଇଥିବାରୁ ଏବେ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇ ପଡୁଛି । ଆଗାମୀ ଦିନରେ ସରକାର ଗଣଶିକ୍ଷକ ମାନଙ୍କୁ ନିୟମିତ କରାନଗଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ଗଣଶିକ୍ଷକ ମାନେ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲାକାହ୍ନୁ ବେହେରା, ସଦାଶିବ ମେହେର, ବିପିନ ଭୋଇ, ଦିଲ୍ଲୀପ ଭୋଇ, ବୈଶାଖୁ ବସ୍ତିଆ, ଦୁଃଶାସନ କଲତା ପ୍ରମୁଖ ଯୋଗଦେଇ ଥିବା ବେଳେ ସୁରେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.