ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ୩୨ ଜଣ ବିଜେପି ଛାଡି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଯୋଗୀମୁଣ୍ଡା ପଞ୍ଚାୟତର ୩୨ ଜଣ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ବ୍ୟକ୍ତିତ୍ୱ ତଥା ସୁଶାସନ ବ୍ୟବସ୍ଥାରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡି ଦଳ ସହ ସାମିଲ ହୋଇଥିବା ମତ ଦେଇଛନ୍ତି । ଅନ୍ୟପଟେ ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମକର୍ତ୍ତାମାନଙ୍କୁ ନେଇ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.