jayashree

ଅପରିଷ୍କାର ଗାଁ, ମୁଖ୍ୟ ଛକରେ ପଡ଼ିଛି ଗଦା ଗଦା ଅଳିଆ : କୁମ୍ଭକର୍ଣ୍ଣ ନିଦ୍ରାରେ ପଞ୍ଚାୟତ ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଲାଗି ରହିଥିବା ଦେଓଗାଁ ପଞ୍ଚାୟତର କଛାରପାଲିର କ୍ଳବ୍ ଛକ ଓ ଗାଁ ମୁଣ୍ଡ କଛାରପାଲି ସ୍କୁଲ୍ ଛକରେ ଗାଁକୁ ଅପରିଷ୍କାରରୁ ହିିଁ ସ୍ୱାଗତ କରାଯାଇଥାଏ । ଘରକୁ କୁଣିଆଁ ଆସିଲେ ଗୋଡ଼ ଧୋଇବାକୁ ପାଣି ଦିଆ ଯାଇଥାଏ । ହେଲେ ଯେକୌଣସି ବ୍ୟକ୍ତି ଏହି ରାସ୍ତା ଦେଇ ଦେଓଗାଁ ଭିତରକୁ ବାଇକରେ ପ୍ରବେଶ କଲେ ଛକରେ ଖାଲ, ନାଳରେ ପାଣି ଜମି ରହିଥିବାରୁ ଆପେ ଆପେ ଗୋଡ଼ ଧୋଇ ହୋଇ ଯାଇଥାଏ । ଏହା ଦୁଇ କି ଦଶ ଦିନ ହେଲା ନୁହେଁ, ଏଭଳି ଅବସ୍ଥା ରହିଛି ବର୍ଷ ବର୍ଷରୁ । ଗାଁରେ ଡ୍ରେନ ବ୍ୟବସ୍ଥା ସଠିକ୍ ଭାବେ କରି ନଥିବାରୁ ଏଭଳି ହେଉଥିବା ଅଭିଯୋଗ ହେଉଛି । ଦେଓଗାଁ ସାହୁପଡା ଛକରୁ କ୍ଳବ୍ ଛକକୁ ଥିବା ଗଳିରେ ଡ୍ରେନ କଥା ମାତ୍ରକେ ରହିଛି । ସେଥିରେ ପୁଣି ବାଲି, କାଦୁଅ ଜମା । ପ୍ରତିଦିନ ଏହି ପଡ଼ାକୁ ପାନୀୟ ଜଳ ଯୋଗାଣ କରିବା ସମୟରେ ରାସ୍ତା ସାରା ପାଣି ବହିଥାଏ । ସେହିପରି ଗାଁ ମୁଣ୍ଡର କଥା ମଧ୍ୟ ଏଭଳି । ଏଭଳି ଅସୁବିଧା ହେଉଥିବା ଦେଖିବା ପରେ ମଧ୍ୟ ପଞ୍ଚାୟତ କୌଣସି ପଦକ୍ଷେପ ନ ନେଇଥିବାରୁ ‘ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ’ ବୋଲି ଗାଁରେ ଆଲୋଚନା ହେଉଛି । ଗାଁର ବିଭିନ୍ନ ମୁଖ୍ୟ ଛକ ସହ ସାଗର ରାସ୍ତାରେ ଜମା ହୋଇଥିବା ଅଳିଆ ଗଦା ସଫା କରିବାକୁ ବି ଦାବୀ ହେଉଛି।

Leave A Reply

Your email address will not be published.