କଂଟାବାଂଜି ସହରରେ ୧୪ଟି ସ୍ଥାନରେ ଜିଲ୍ଲା ବନ ବିଭାଗର ମିଳିତ ଚଢଉ : ଶାଗୁଆନ ପଟା, ଅର୍ଦ୍ଧନିର୍ମିତ ଆସବପତ୍ର, କାଠ ଗଣ୍ଡି ଜବତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବୁଧବାର ସକାଳୁ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ବନ ବିଭାଗ ଦ୍ୱାରା ବେଆଇନ ଚୋରା ଶାଗୁଆନ କାଠ ଫର୍ଣ୍ଣିଚର ୟୁନିଟ ଏବଂ ଚୋରା ବେପାରୀଙ୍କ ଘରେ ଚଢଉ କରାଯାଇଛି । ସହରର ଆଶ୍ରମପଡା, ଧୋବାପଡା, ଶିଙ୍ଗାଲପଡା ତଥା ବିଭିନ୍ନ ସ୍ଥାନରେ ଚଢଉ ବେଳେ ଶାଗୁଆନ ଗଣ୍ଡି, ପଟା, ଅର୍ଦ୍ଧନିର୍ମିତ ଆସବପତ୍ର, ପଲଙ୍କ, ସୋଫାସେଟ ଆଦି ବିଭିନ୍ନ ପ୍ରକାର ନିିର୍ମିର୍ତ ସାମଗ୍ରୀ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଶାଗୁଆନ କାଠଗୁଡିକର ମୂଲ୍ୟ ଆକଳନ କରାଯାଇ ନାହିଁ । ଏପରିକି ବିଭିନ୍ନ ସାଇଜର କାଠ ହୋଇଥିବାରୁ ତାର ମାପ ମଧ୍ୟ କରାଯାଇ ପାରିନାହିଁ, ଯଦ୍ୱାରା ସଠିକ୍‌ ମୂଲ୍ୟ ଜଣା ପଡିନାହିଁ । ଏହି ଚଢଉରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟରୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଯୋରେଶ୍ୱର ସାହୁ, ଏସିଏଫ ବାବାଜୀ ଚରଣ ରାଉଳ, ଏସିଏଫ ଅଜିତ କୁମାର ବିଶିଙ୍କ ସହ ଦେଓଗାଁ ରେଂଜର ଆଲୋକ କୁମାର ମାଝି, ଲାଠୋର ରେଂଜର ପ୍ରଭାତ ସାହୁ, ବଙ୍ଗୋମୁଣ୍ଡା ରେଂଜର ରାଜୁ ବେହେରା, ମୁରିବାହାଲ ରେଂଜର ପି.କେ. ନାୟକ, ବଲାଙ୍ଗିର ରେଂଜର ବିଜୟ କୁମାର ଖୁଂଟିଆ, କଂଟାବାଂଜି ରେଂଜର ଶ୍ରଦ୍ଧାଦେବ ବଡମାଲି ସହ କଂଟାବାଂଜି ଡେପୁଟି ରେଂଜର ସାଧୁଚରଣ ପଧାନ ଏବଂ ସମସ୍ତ ରେଂଜ୍‌ର ଡେପୁଟି ରେଂଜର ଓ ବନ କର୍ମଚାରୀ ସହିତ ମୋଟ ୧୫୦ରୁ ଅଧିକ ବନରକ୍ଷୀ, ପୋଲିସ କର୍ମଚାରୀ ଓ ଟାସ୍କ ଫୋର୍ସ ମୁତୟନ ଥିଲେ । ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଚଢଉର ତଥ୍ୟ କଂଟାବାଂଜି ରେଂଜର ବଡମାଲିଙ୍କୁ ମାଗିବାରୁ ଏହି ଖବର ଲେଖିବା ଯାଏଁ କୌଣସି ଆକଳନ କରାଯାଇ ପାରିନାହିଁ, ପରେ ଦେବି ବୋଲି କହିଛନ୍ତି ।

Leave A Reply

Your email address will not be published.