csstore

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କଂଗ୍ରେସ ବିଧାୟକ ସାଲୁଜାଙ୍କ ଟାର୍ଗେଟ

କଂଟାବାଂଜି, (ମନିଶ କୁମାର ହଂସ) : ଜନ ଆର୍ଶିବାଦ ଗସ୍ତରେ ରବିବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଂଟାବାଂଜି ଆସିଥିଲେ । ଏହି ପରିପ୍ରେକ୍ଷୀରେ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଟାର୍ଗେଟ କରି କଂଟାବାଂଜିର ବିକାଶକୁ ନେଇ ୮ଟି ପ୍ରଶ୍ନ ରିଫ୍ଲେଟ ମାଧ୍ୟମରେ ପଚାରିଛନ୍ତି ଯାହା ବଲାଙ୍ଗିର–ଖୋର୍ଦ୍ଧା ରେଳ ଲାଇନକୁ ଯଥା ଶୀଘ୍ର ସଂପୂର୍ଣ୍ଣ କରି ଚୁଡାପାଲି, ପାଟଣାଗଡ, ବେଲପଡା, କଂଟାବାଂଜି ଯାଏ ସଂପ୍ରସାରଣ କରିବେ କି ? କଂଟାବାଂଚଜି ରେଲୱେ ବିଭାଗର ହାରାହାରି ୭୨୨ ଏକର ଜମି ଖାଲି ପଡିଥିବାରୁ ସେଥିରେ ୨୦୧୦ରୁ ଚିହ୍ନଟ ହୋଇଥିିବା ୱାଗନ ଫ୍ୟାକ୍ଟ୍ରି ଶୀଘ୍ର ତିଆରି କରିବେ କି ? ଖାଲି ପଡିଥିବା ବାକି ଜାଗାରେ ମେମୋସେଡ ଅତିଶୀଘ୍ର ତିଆରି କରିବେ କି ? ଲୋଡିଙ୍ଗ ଅନଲୋଡିଙ୍ଗ ପାଇଁ ରେକ୍‌ ପଏଂଟ ଅତିଶୀଘ୍ର ତିଆରି କରିବେ କି ? ଟିଟିଲାଗଡ ହାୱାଡା ଇସ୍ପାତ ଟ୍ରେନକୁ କଂଟାବାଂଜି ପର୍ଯ୍ୟନ୍ତ ଅତିଶୀଘ୍ର ସଂପ୍ରସାରଣ କରିବେ କି ? ଜନସାଧାରଣ ଗମନା ଗମନ ସୁବିଧା ପାଇଁ ଏନ୍‌ଏସି ଛକ ନିକଟରୁ ସିଂଗଲପଡା ପର୍ଯ୍ୟନ୍ତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିବେ କି ? କଂଟାବାଂଜିରେ ଦୂଷିତ ରେଲୱେର ପମ୍ପୁବନ୍ଧକୁ ଶୀଘ୍ର ଉଦ୍ଧାର କରିବେ କି ? ସବୁବେଳେ ଅବହେଳିତ ମୁରିବାହାଲ ରେଲୱେ ଷ୍ଟେସନକୁ ସୁବିଧା ସୁଯୋଗ ଶୀଘ୍ର ଯୋଗାଇବେ କି ? ବୋଲି ବିଧାୟକ ସାଲୁଜା ପ୍ରଚାର ପତ୍ର ମାଧ୍ୟମରେ ନିଜ ନାମ ଦର୍ଶାଇ ସୋସିଆଲ ମିଡିଆରେ ବାଂଟିଥିବା ନଜରକୁ ଆସିଛି ।

jayashree
Leave A Reply

Your email address will not be published.