ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂଙ୍କ ଶ୍ରାଦ୍ଧ ଦିବସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ମହେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଦେଶର ସମୃଦ୍ଧି ପାଇଁ, ପୃଥିବୀର ମଙ୍ଗଳ ପାଇଁ ମଣିଷର ସୁନ୍ଦର ଜୀବନ ପାଇଁ ସ୍ୱପ୍ନ ଦେଖୁଥିବା ମଣିଷର ଦୁଇ ଆଖିରୁ କିପରି ସ୍ନେହ ଝରେ ସେ କଥା ନିକୁଞ୍ଜ ବାବୁଙ୍କୁ ମନେ ପକାଇଲେ ବୁଝି ହେଉଛି । ତାଙ୍କ ସ୍ୱପ୍ନ ବିଭାର ହୃଦୟର କଥା ଭାବି ବସିଲେ ଅନ୍ତର ଉଦବେଳିତ ହୋଇ ଉଠୁଛି ବୋଲି ବକ୍ତାମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିରେନ୍ଦ୍ର ନାଗ, ନିରଞ୍ଜନ ମେହେର, ରବୀନ୍ଦ୍ର ସାହୁ, ନରେନ୍ଦ୍ର ହୋତା, ସୁବଲ ମାଝୀ, ବଳରାମ ପ୍ରଧାନ ଲାଲ ବିକ୍ରମ ସିଂହ, ତେଜ ରାଜ ଭୋଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସୁରେନ୍ଦ୍ର ପ୍ରଧାନ କବିତା ପାଠ କରିଥିଲେ ।

Leave A Reply

Your email address will not be published.