jayashree

ଜନ ଆଶୀର୍ବାଦ ଯାତ୍ରା ପୂର୍ବରୁ ବିଜେପିର ସମ୍ବାଦିକ ସମ୍ମିଳନୀ : ପ୍ରମୁଖ ଦାବୀଗୁଡିକୁ ନେଇ ଆଶା ପ୍ରକାଶ କଲେ ସାଂସଦ ସଙ୍ଗୀତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବହେଳିତ କେବିକେ ଅଂଚଳରୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ଯଦ୍ୱାରା ଅଂଚଳବାସୀ କେନ୍ଦ୍ର ମନ୍ତ୍ରୀଙ୍କ ସହ ମିଶି ନିଜ ସମସ୍ୟା ସିଧା ସଳଖ ଜଣାଇବାର ସୁଯୋଗ ପାଇ ପାରିବେ । ଏହା ଗଣତନ୍ତ୍ରକୁ ଆହୁରି ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ନିଆରା ପ୍ରଚେଷ୍ଟା । ତେବେ ଅଂଚଳର ସାଂସଦ ଭାବେ ମୁଁ ଅଂଚଳର ପ୍ରମୁଖ ଦାବୀଗୁଡିକୁ ପୁର୍ବରୁ ହିଁ କେନ୍ଦ୍ରମନ୍ତ୍ରୀଙ୍କ ସାମନାରେ ଦୃଢ ଭାବେ ଉପସ୍ଥାପିତ କରି ସାରିଛି । ସେହି ଭିତରୁ ଅନେକ ପ୍ରକଳ୍ପ କେନ୍ଦ୍ରମନ୍ତ୍ରୀ ତଥା ସରକାର ସହୃଦୟତାର ସହ ଗ୍ରହଣ କରିବେ ବୋଲି ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗିତା ସିଂହଦେଓ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଜି ସଂନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସିଂହଦେଓ ଆହୁରି କହିଛନ୍ତି ଯେ, ଲୋକସଭାରେ ଅଯଥା ହଟ୍ଟଗୋଳ କରି ବିରୋଧୀ ମାନେ ନୂତନ ମନ୍ତ୍ରୀମାନଙ୍କ ପରିଚୟ କରାଇ ଦେଲେ ନାହିଁ । ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀମାନେ ନିଜସ୍ୱ ଅଂଚଳ ପରିଦର୍ଶନ କରି ଜନ ଆଶିର୍ବାଦ ଯାତ୍ରା ଦ୍ୱାରା ଅଂଚଳବାସୀ ତଥା ତାଙ୍କ ସମସ୍ୟା ସହ ପରିଚିତ ହେବେ । ଏଥିରେ ଅଂଚଳବାସୀ ସିଧା ସଳଖ ତାଙ୍କ ସମସ୍ୟା ଗୁଡିକୁ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ନାରେ ଉପସ୍ଥାପିତ କରି ପାରିବେ । ତେବେ ସାମ୍ବଦିକମାନଙ୍କ ପ୍ରଶ୍ନର ଉତ୍ତରେ ଶ୍ରୀମତୀ ସାଂସଦ କହିଛନ୍ତି ଯେ, ପୂର୍ବରୁ ମୁଁ ଅଂଚଳର ବିଭିନ୍ନ ପ୍ରମୁଖ ଦାବୀଗୁଡିକୁ କେନ୍ଦ୍ରମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରି ସାରିଛି । ସେମଧ୍ୟରୁ ବଲାଙ୍ଗିର-ଖୋର୍ଦ୍ଧା ରେଳ ପଥ ପ୍ରମୁଖ ଦାବୀ ରହିଛି । କେନ୍ଦ୍ର ସରକାର ଉକ୍ତ ପ୍ରକଳ୍ପ ପାଇଁ ବର୍ଷ ପରେ ବର୍ଷ ଅର୍ଥ ମଞ୍ଜୁର କରିଥିବା ବେଳେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ପାରୁ ନଥିବା ଯୋଗୁଁ ପ୍ରକଳ୍ପ ସମୟ ବଢି ବଢି ଚାଲିଛି । ଏହାକୁ ବିଶେଷ ଗୁରୁତ୍ୱ ଦେବାକୁ ମୁଁ ଅନୁରୋଧ କରିଛି । ଅନ୍ୟ ପ୍ରକଳ୍ପ ଗୁଡିକରେ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ରୂପେ ଉପୁଜୁଥିବା ବେଳେ କଣ୍ଟାବାଞ୍ଜି ଠାରେ ମହଜୁଦ ବିସ୍ତିର୍ଣ୍ଣ ଖାଲି ଜମି କୌଣସି କାମରେ ଆସୁନାହିଁ । ସେଠାରେ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ବଲାଙ୍ଗିର-ପାଟଣାଗଡ-ନୂଆପଡା ରେଳ ଲାଇନ ପ୍ରକଳ୍ପର ସର୍ଭେ ମୋର କାର୍ଯ୍ୟକାଳ ସମୟରେ ହୋଇଥିଲା । ପରବର୍ତ୍ତୀ ସମସୟରେ କେହି ତା’ ଉପରେ ଧ୍ୟାନ ଦେଲେ ନାହିଁ । ସେହିପରି ସମ୍ବଲପୁରରୁ ସୋନପୁର ରେଳ ଲାଇନର ମଧ୍ୟ ସର୍ଭେ କେବେ ଠୁଁ ସରିଛି । ଯାହା କୋଇଲା ଗମନାଗମନରେ ସମ୍ବଲପୁର- ବ୍ରହ୍ମପୁର ସବୁଠାରୁ ଛୋଟ ରାସ୍ତା ହୋଇ ପାରିବ । ଏହି ଦୁଇ ପ୍ରକଳ୍ପକୁ ପୁନଃଜୀବିତ କରିବାର ପ୍ରଚେଷ୍ଟା ମଧ୍ୟ ଜାରି ରହିଛି । ଏହା ହେଲେ ବଲାଙ୍ଗିର ଲୋକସଭା ଅଂଚଳ ଚର୍ତୁ ଦିଗରୁ ରେଳ ଯୋଗାଯୋଗ ହୋଇପରିବ । ଆହୁରି ବଲାଙ୍ଗିର ଷ୍ଟେସନକୁ ମଡେଲ ଷ୍ଟେସନ ମାନ୍ୟତା ଦେବା ଭଳି ଆହୁରି କିଛି ପ୍ରମୁଖ ଦାବୀ କରିଥିବା ନେଇ ଶ୍ରୀମତୀ ସିଂହଦେଓ ସୂଚନା ଦେଇଛନ୍ତି । ଆହୁରି ରାଜେନ୍ଦ୍ର ୟୁନିଭର୍ସିଟି ପାଇଁ ୟୁଜିସି ମାନ୍ୟତା ଦାବୀ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ସାଂସଦ ଶ୍ରୀମତୀ ସିଂହଦେଓ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ଅମିତ ସିଂ ନିନା ଓ ଦୀନେଶ ଶର୍ମା ମଞ୍ଚାସିନ ଥିଲେ ।

Leave A Reply

Your email address will not be published.