ରକ୍ତଦାନ ଶିବିର ଉଦ୍‌ଘାଟନ କଲେ ମନ୍ତ୍ରୀ ଓ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ମହାବୀର ପଂଚାୟତ ଧର୍ମଶାଳା ପରିସରରେ ସମ୍ବାଦର ଆମ ଓଡିଶା ଓ ଟିଟିଲାଗଡ଼ ପରିଡା ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଉଦ୍‌ଘାଟନ କରଥିଲେ । ଏହି ଶିବିରରେ ଟିଟିଲାଗଡ଼ ସହରର ଅନେକ ପୁରୁଷ, ମହିଳା, ଯୁବକ ସମେତ ଅନେକ ସ୍ୱେଚ୍ଛାସେବୀମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଆଜିର ଏହି ରକ୍ତଦାନରେ ପରିଡା ମେମୋରିଆଲ ଟ୍ରଷ୍ଟର ସଦସ୍ୟ ଶ୍ରୀକାନ୍ତ ପରିଡା, ନାରୀ ନେତ୍ରୀ ସୁରେଖା କୋଟା, ସୁଜାତା ଖୋସଲା, ଯତୀନ ମହାନ୍ତି, ସ୍ମିତା ଦାଶ, ବି ତ୍ରିଲୋଚନ ରାଓ, ଝରଣା ପରିଡା, ରାଜୀବ ପି ମାରୁ, ପଙ୍କଜ ଅଗ୍ରୱାଲ, କବିତା ପୃଷ୍ଟି, ତେଜୁରାମ ମେହେର, ଦିଲୀପ କୁମାର ବିଶି, ଶଶି ଘିବେଲା, ସିଦ୍ଧାନ୍ତ ଛୁରା, ନର୍ସିଂ ଛୁରା, ସଂଜୀବ କଟା, ଆଶିଷ କୁମାର ସାହୁ, ଭକ୍ତ ପ୍ରହଲ୍ଲାଦ ମାଝୀ, କ୍ରିଷ୍ଣା ବାରିକ, ରୋଶନ ଦଲାଇ, ମନୋଜ କୁମାର ନାୟକ, ସୌରଭ ବେହେରା, ସୋନାଲ ଖତାନ, ସୁରଜ ଖେତାନ, କରନ ବାଗ, ସନ୍ତୋଷ ପୋଢ଼, ରମେଶ ବେହେରା, ପବିତ୍ର ପାତ୍ର, ଆଶିଷ ଅଗ୍ରୱାଲ, ଶ୍ୟାମ ବେହେରା, ମନୋଜ କୁମାର ସିଂ, ସୁରଜ କୁମାର ସାହୁ, ଆଦିତ୍ୟ ଗୋୟଲ, ଦୀପକ ଗୋୟଲ, ରଜନୀ ମିଶ୍ର, ଗଜରା ରାଣୀ ସେଠ, ଅନୁକୂଳ ଗୋୟଲ, ସୁଧୀର ପାଠକ, ନାଶିର ଆନସାରୀ, ପ୍ରଫୁଲି ମାଳା ପରିଡା, ଦୀପ୍ତିମୟୀ ପରିଡା, ମୋହନ ପୋଡାର, ଦେବାଶିଷ ସାମଲ, ବୃନ୍ଦାବନ ବିଶି, ରୋହିଣୀ ସାହୁ, ହିତେନ୍ଦ୍ର ସୋନି, ଟିକେଶ୍ୱରୀ ନାୟକ, ଟୁଲୁ ପରିଡା, ରୀନାରାୟ ରାୟଥାଟା, ମୁକେଶ କୁମାର ସାହୁ, ଶୁଶାନ୍ତ ଘିଭେଲା ପ୍ରମୁଖ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ ନାରୀ ଦ ଭଏସ ଅଫ ଓମେନର ସଭାପତି ଅଞ୍ଜଳି ବେହେରା, ଗୀତାଞ୍ଜଳି ସାହୁ, ଲକ୍ଷ୍ମୀ ବଗର୍ତ୍ତି, ମମତା ନାଏକ, ସବିତା ପଟ୍ଟନାୟକ, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, କୋଶଲି କବି ଟିକେଲାଲ ବେହେରା, ସାମ୍ବାଦିକ ସଞ୍ଜୟ ବେହେରା ଓ ୟୁଯେ ଜିଲ୍ଲା ସଭାପତି ଦୀପକ ସମାଦାର, ମନୋଜ ଶତପଥୀ, ହରିଶ ରାୟ ଥଟ୍ଟା, ବବିତା ପାଢ଼ୀ, ଟିକେଶ୍ୱରୀ ନାୟକ, ମହିଳା ମଣ୍ଡଳର ସଭାନେତ୍ରୀ ସଂଗୀତା ଅଗ୍ରୱାଲ, ସାମ୍ବାଦିକ ମାନସ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ରକ୍ତଦାନ ଶିବିରକୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ ନାୟକଙ୍କ ତତ୍ତ୍ଵାବଧାନ ହୋଇଥିବା ବେଳେ ରେଡ଼କ୍ରସ ରକ୍ତ ଭଣ୍ଡାରର ଡାକ୍ତର ରଂଜିତ କୁମାର ରାଉତ, ବିଶେଷଜ୍ଞ ଗଜେନ୍ଦ୍ର ନାଥ ରାଉତ, ଦିନେଶ ମଛଖଣ୍ଡ, ଅଶୋକ ଦୋରା ପ୍ରମୁଖ ପରିଚାଳନା କରିବା ସହ ରକ୍ତ ସଂଗ୍ରହ କରିଥିଲେ । ପରିଡା ମେମୋରିଆଲ ଟ୍ରଷ୍ଟ ତରଫରୁ ଟ୍ରଷ୍ଟି ଶିବ ପ୍ରସାଦ ପରିଡା, ବିଦ୍ୟାଧର ସ୍ୱାଇଁ, ପ୍ରକାଶ ଗୋୟଲ, ରାଜେଶ ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ତେବେ ସମସ୍ତ ରକ୍ତଦାତାମାନଙ୍କୁ ଟିଟିଲାଗଡ଼ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ତରଫରୁ ବିଭିନ୍ନ ଉପହାର ମାନ ପ୍ରଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.